ଆଖି ଲାଖିଗଲା ଭଳି ଫିଲ୍ଡିଂ କଲେ କେଏଲ ରାହୁଲ, ଭିଡିଓ ଭାଇରାଲ
ଅହମଦାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ବ୍ୟାଟିଂରେ ଫେଲ ମାରିଥିବା କେଏଲ ରାହୁଲଙ୍କ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାହୁଲ ଆଖି ଲାଖିଗଲା ଭଳି ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଛି। ସେ ଜୋସ ବଟଲର ମାରିଥିବା ଏକ ନିଶ୍ଚିତ ଛକାକୁ ବାଉଣ୍ଡରୀ ବାହାରୁ ଶୂନ୍ୟରେ ଉଡ଼ି ଅଟକାଇ ଦେଇଛନ୍ତି। ଏହି ଭିଡିଓକୁ କ୍ରିକେଟ ପ୍ରେମୀମାନେ ଲାଇକ୍ କରି ରାହୁଲଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଭାରତ ଓ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିଲା। ଏଥରେ ଭ୍ରମରଣକାରୀ ଦଳ ୮ ୱିକେଟରେ ବିଜୟ ଲାଭ କରିଛି। ଭାରତ ୭ ୱିକେଟ ହରାଇ ୧୨୪ ରନ୍ କରିଥିବା ବେଳେ ଇଂଲଣ୍ଡ ୧୫.୩ ଓଭର୍ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।
Amazing fielding by KL Rahul #IndiavsEngland #INDvsEND #1stT20 pic.twitter.com/NebyVSkGDl
— Secret Superstar (@InstaSSKKL) March 12, 2021
ତେବେ ଇଂଲଣ୍ଡ ଇନିଂସର ୪ର୍ଥ ଓଭର୍ରେ ରାହୁଲ ପଡ଼ିଆରେ ନିଜର ଜଲୱା ଦେଖାଇଥିଲେ। ଅକ୍ଷର ପଟେଲଙ୍କ ବଲ୍କୁ ବଟଲର ଆଗକୁ ଆସି ତାଙ୍କ ମୁଣ୍ଡରେ ବାଉଣ୍ଡରୀ ଆଡ଼କୁ ମାରିଥିଲେ। ଏହା ଏକ ନିଶ୍ଚିତ ଛକା ହେବ ବୋଲି ସମସ୍ତେ ଭାବିଥିଲେ। ହେଲେ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରିଥିବା କେଏଲ ରାହୁଲ ସମସ୍ତଙ୍କୁ ଚକିତ କରି ବଲଟିକୁ ଶୂନ୍ୟରେ ଉଡ଼ି ଅଟକାଇ ଦେଇଥିଲେ।
Kl Rahul classy fielding 😳❤️ pic.twitter.com/WKhurF3c7c
— Swapnil Srivastava (@swapni__sri) March 12, 2021
ସେ ବଲ୍ଟିକୁ ପଡ଼ିଆ ମଧ୍ୟକୁ ଠେଲି ଦେଇ ନିଜେ ବାଉଣ୍ଡରୀ ବାହାରେ ଛିଟିକି ପଡ଼ିଥିଲେ। ଫଳରେ ଇଂଲଣ୍ଡ ଛକା ବଦଳରେ କେବଳ ଦୁଇ ରନ୍ରେ ସନ୍ତୁଷ୍ଟ ହୋଇଥିଲା।
ଏହା ଛକା ହୋଇଛି କି ନାହିଁ, ଜାଣିବା ପାଇଁ ଥାର୍ଡ ଅମ୍ପାୟାରଙ୍କ ସହାୟତା ନିଆଯାଇଥିଲା। ଶେଷରେ ବଲ୍ଟିକୁ ରାହୁଲ ଚମତ୍କାର ଢଙ୍ଗରେ ଫିଲ୍ଡିଂ କରିଥିବା ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।