ବ୍ଲାଇଣ୍ଡ ଟି-୨୦ ବିଶ୍ୱକପ୍‌: ୧୨୪ ରନ୍‌ରେ ଭାରତ ବିଜୟୀ

କୋଚି: ଆଜି କୋଚି ରାଜାଗିରି କଲେଜ ପଡ଼ିଆରେ ଖେଳାଯାଇଥିବା ବ୍ଲାଇଣ୍ଡ ଟି-୨୦ ବିଶ୍ୱକପ୍‌ରେ ଭାରତ ୧୨୪ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଓପ୍ନର ସୁନୀଲ। ସେ ୭୨ ବଲରେ ଧୂଆଁଧାର ୧୬୩ ରନ୍‌ କରିଥିଲେ। ତେବେ ଅନ୍ୟତମ ଓପ୍ନର ମହମ୍ମଦ ଫରାନ୍‌ ୩୫ ରନ୍‌ରେ ୫୩ ରନ୍‌ କରି ରିଟାୟାର୍ଡ଼ ହଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଇକ୍‌ବାଲ ଜାଫର ୧୩ ବଲରେ ୩୦ ରନ୍‌ କରିଥିଲେ।

ଭାରତର ୨୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୧୪୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ୍‌ ଜେମ୍ସ ୩୨ ରନ୍‌ ଓ ମ୍ୟାଥ୍ୟୁ ଜେମ୍ସ ୨୭ ରନ୍‌ କରିଥିଲେ।