କୋହଲିଙ୍କ ପିଛା ଛାଡ଼ୁନି ରେକର୍ଡ: ଅଧିନାୟକ ଭାବେ ରଚିଲେ ବିଶ୍ୱ କୀର୍ତ୍ତିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟଲା ଟେଷ୍ଟରେ ବିରାଟଙ୍କ ଆଧିପତ୍ୟ। ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୁମ ପ୍ରହାର ସହ ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଷଷ୍ଠ ଦ୍ୱିଶତକ ସହ ଗଢ଼ିଛନ୍ତି ନୂଆ କୀର୍ତ୍ତିମାନ। ଅଧିନାୟକ ଭାବେ ସବୁଠୁ ଅଧିକ ଦ୍ୱିଶତକ ରେକର୍ଡର ଅଧିକରୀ ହୋଇଛନ୍ତି ବିରାଟ। ଅଧିନାୟକ ଭାବେ ଲାରାଙ୍କ ନାଁରେ ଥିବା ୫ଟି ଦ୍ୱିଶତକ ରେକର୍ଡକୁ ଅତିକ୍ରମ କରିଛନ୍ତି। ୬୩ତମ ଟେଷ୍ଟରୁ ବିରାଟଙ୍କୁ ଏହି ସଫଳତା ମିଳିଛି। ୬ଟି ଦ୍ୱିଶତକ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର […]

555_1512280821_618x347

555_1512280821_618x347

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 04:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟଲା ଟେଷ୍ଟରେ ବିରାଟଙ୍କ ଆଧିପତ୍ୟ। ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୁମ ପ୍ରହାର ସହ ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଷଷ୍ଠ ଦ୍ୱିଶତକ ସହ ଗଢ଼ିଛନ୍ତି ନୂଆ କୀର୍ତ୍ତିମାନ। ଅଧିନାୟକ ଭାବେ ସବୁଠୁ ଅଧିକ ଦ୍ୱିଶତକ ରେକର୍ଡର ଅଧିକରୀ ହୋଇଛନ୍ତି ବିରାଟ। ଅଧିନାୟକ ଭାବେ ଲାରାଙ୍କ ନାଁରେ ଥିବା ୫ଟି ଦ୍ୱିଶତକ ରେକର୍ଡକୁ ଅତିକ୍ରମ କରିଛନ୍ତି। ୬୩ତମ ଟେଷ୍ଟରୁ ବିରାଟଙ୍କୁ ଏହି ସଫଳତା ମିଳିଛି। ୬ଟି ଦ୍ୱିଶତକ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେୱାଗଙ୍କ ସମକକ୍ଷ ହୋଇଛନ୍ତି ବିରାଟ। କେବଳ ଏତିକି ନୁହେଁ ଆହୁରି ଅନେକ ରେକର୍ଡ ଏବେ ବିରାଟଙ୍କ ନାଁରେ ଯୋଡ଼ି ହୋଇଯାଇଛି। ଲଗାତାର ଦୁଇଟି ଦ୍ୱିଶତକ ଅର୍ଜନ କରିବାରେ ବିନୋଦ କାମ୍ବଲିଙ୍କ ପରେ ବିରାଟ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ। ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ବି ୨୧୩ ରନର ଚିତ୍ତାକର୍ଷକ ଇନିଂସ ଖେଳିଥିଲେ ବିରାଟ। ଦ୍ୱିଶତକ ତାଲିକାରେ ସବୁଠୁ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଡନ୍ ବ୍ରାଡମ୍ୟାନ। ତାଙ୍କ ନାଁରେ ଅଛି ୧୨ଟି ଦ୍ୱିଶତକ ଓ ୧୧ଟି ଦ୍ୱିଶତକ ସହ ଦ୍ୱିତୀୟରେ ଅଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା। ତାଙ୍କ ପଛକୁ ୯ଟି ଦ୍ୱିଶତକ ସହ ଅଛନ୍ତି ୱେଷ୍ଟଇଣ୍ଡିଜର ବ୍ରିଆନ ଲାରା। ଏହି ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି କୋହଲି। ତେବେ କୋହଲି ଯେଉଁ ଫର୍ମରେ ଅଛନ୍ତି ଖୁବଶୀଘ୍ର ଏସବୁ ମାଇଲଖୁଣ୍ଟ ଅତିକ୍ରମ କରିବେ ବୋଲି ସ୍ପଷ୍ଟ ଜଣାପଡୁଛି। ୨୦୧୬ ସୁଦ୍ଧା କୋହଲିଙ୍କ ନାଁରେ ଟେଷ୍ଟରେ ଗୋଟିଏ ବି ଦ୍ୱିଶତକ ନ ଥିଲା କିନ୍ତୁ ବର୍ଷେ ଭିତରେ ୬ଟି ଦ୍ୱିଶତକ ପ୍ରମାଣିତ କରିଛି ସଚିନଙ୍କ ପରେ ସେ ହେଉଛନ୍ତି ଟିମ୍ ଇଣ୍ଡିଆର ପ୍ରକୃତ ରନ୍ ମେସିନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos