ସଚିନଙ୍କ ସମକକ୍ଷ ହେଲେ କୋହଲି : ବୋଲିଂରେ ଟପ୍‌-୫ରେ ବୁମ୍‌ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସିର ଦିନିକିଆ ବ୍ୟାଟସମ୍ୟାନ୍ ତାଲିକାରେ ୮୮୭ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ଲଗାତାର ୨ଟି ଶତକ ସହ କୋହଲି ସର୍ବାଧିକ ୩୩୦ ରନ୍ କରିଥିଲେ। ଏହି ସିରିଜ ପରେ କୋହଲିଙ୍କୁ ୧୪ ପଏଣ୍ଟ ଅଧିକ ମିଳିଛି। ଆଇସିସି ମାନ୍ୟତାରେ ଏତେ ପଏଣ୍ଟ ପାଇବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଟି ଟୋଣ୍ଟିରେ ବି ଶୀର୍ଷରେ ଅଛନ୍ତି କୋହଲି, ଅନ୍ତିମ ଦିନିକିଆରେ ଶତକ ଅର୍ଜନ କରିଥିବା […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 08:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସିର ଦିନିକିଆ ବ୍ୟାଟସମ୍ୟାନ୍ ତାଲିକାରେ ୮୮୭ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ଲଗାତାର ୨ଟି ଶତକ ସହ କୋହଲି ସର୍ବାଧିକ ୩୩୦ ରନ୍ କରିଥିଲେ। ଏହି ସିରିଜ ପରେ କୋହଲିଙ୍କୁ ୧୪ ପଏଣ୍ଟ ଅଧିକ ମିଳିଛି। ଆଇସିସି ମାନ୍ୟତାରେ ଏତେ ପଏଣ୍ଟ ପାଇବାରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। ଟି ଟୋଣ୍ଟିରେ ବି ଶୀର୍ଷରେ ଅଛନ୍ତି କୋହଲି, ଅନ୍ତିମ ଦିନିକିଆରେ ଶତକ ଅର୍ଜନ କରିଥିବା ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କୁ ଟପିବାର ସୁଯୋଗ ଅଛି। ସଚିନଙ୍କ ଦିନିକିଆ ଶତକ ସଂଖ୍ୟା ୪୯ ଥିବା ବେଳେ ଦ୍ୱିତୀୟରେ ଥିବା କୋହଲି ୩୦ଟି ଶତକ ହାସଲ କରିଛନ୍ତି। ତେବେ କୋହଲି କହିଛନ୍ତି, ସଚିନଙ୍କୁ ଅତିକ୍ରମ କରିବାକୁ ହେଲେ ତାଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ କାରଣ ସେ ସଚିନଙ୍କ ରେକର୍ଡଠାରୁ ବହୁତ ଦୂରରେ ଅଛନ୍ତି। ତେବେ ଶତକ ଅପେକ୍ଷା ଟିମ୍ ବିଜୟକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ସିରିଜରେ ୩୦୨ ରନ୍ କରିଥିବା ରୋହିତ ଶର୍ମା ଓ ଫର୍ମରେ ଥିବା ଧୋନୀ ଟପ୍ ଟେନକୁ ଫେରିଛନ୍ତି। ଉଭୟ ଯଥାକ୍ରମେ ନବମ ଓ ଦଶମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
ଅନ୍ୟପଟେ ଦିନିକିଆ କ୍ରିକେଟରେ ସର୍ବାଧିକ ଷ୍ଟମ୍ପିଂ କରି ଇତିହାସ ରଚିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରିଛନ୍ତି କ୍ରିକେଟର୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ସେ ସୋସିଆଲ୍ ମିଡିଆରେ ଧୋନିଙ୍କୁ ପ୍ରଶଂସା କରି କହିଛନ୍ତି, ଓ୍ୱିକେଟ ପଛରେ ତାଙ୍କର ଚତୁରତା ସବୁବେଳେ ଦଳକୁ ସାହାଯ୍ୟ କରିଥାଏ। ଧୋନୀ ଶ୍ରୀଲଙ୍କାର କଲମ୍ବୋରେ ଶେଷ ହୋଇଥିବା ପଞ୍ଚମ ଦିନିକିଆରେ ୧୦୦ଟି ଷ୍ଟମ୍ପିଂ କରି ସାଙ୍ଗାକାରାଙ୍କ ରେକର୍ଡକୁ ଭାଙ୍ଗିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେପଟେ ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ବୁମ୍‌ରା ଲମ୍ବା ଡିଆଁ ମାରିଛନ୍ତି। ବର୍ତ୍ତମାନ ବୋଲିଂରେ ସେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ଆଗରେ ଅଛନ୍ତି ମିଚେଲ୍ ଷ୍ଟାର୍କ, ଇମରାନ୍ ତାହିର ଓ ହେଜେଲଉଡ୍। ସେହିପରି ଟିମ୍ ମାନ୍ୟତାରେ ଭାରତ ତୃତୀୟ ସ୍ଥାନ ବଜାୟ ରଖିଛି। ତେବେ ଟିମ୍ ଇଣ୍ଡିଆକୁ ୩ ପଏଣ୍ଟ ଅଧିକ ମିଳିଛି। ସେହିପରି ଶୀର୍ଷ ସ୍ଥାନରେ ଏବେ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଶ୍ରୀଲଙ୍କା ୮ମ ସ୍ଥାନରେ ଅଛି। ଫଳରେ ବିଶ୍ୱକପ ଖେଳିବା ନେଇ ଏବେ ଶ୍ରୀଲଙ୍କା ଆଶଙ୍କାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos