ବିରାଟ୍‌ଙ୍କ ୪୩ତମ ଶତକ: ୨-୦ରେ ସିରିଜ ପୋଛିଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌: ଅଧିନାୟକ ବିରାଟ୍‌ କୋହଲିଙ୍କ ରେକର୍ଡ ୪୩ତମ ଶତକ ବଳରେ ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୨-୦ରେ କବଜା କରିଛି। ଦମଦାର ଶତକ ପାଇଁ ବିରାଟ୍‌ ମ୍ୟାନ୍‌ ଅଫଦି ମ୍ୟାଚ୍‌ ଓ ସିରିଜ୍‌ରେ ସବୁଠାରୁ ଅଧିକ ରନ୍‌ ହାସଲ କରିଥିବାରୁ ମ୍ୟାନ୍‌ ଅଫ୍ ଦି ସିରିଜ୍‌ ପାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଏହା ବିରାଟଙ୍କ କ୍ରମାଗତ ଦ୍ୱିତୀୟ ଶତକ। […]

y

y

Hemant Lenka
  • Published: Thursday, 15 August 2019
  • Updated: 15 August 2019, 10:55 AM IST

Sports

Latest News

ପୋର୍ଟ ଅଫ୍‌ ସ୍ପେନ୍‌: ଅଧିନାୟକ ବିରାଟ୍‌ କୋହଲିଙ୍କ ରେକର୍ଡ ୪୩ତମ ଶତକ ବଳରେ ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୨-୦ରେ କବଜା କରିଛି।

ଦମଦାର ଶତକ ପାଇଁ ବିରାଟ୍‌ ମ୍ୟାନ୍‌ ଅଫଦି ମ୍ୟାଚ୍‌ ଓ ସିରିଜ୍‌ରେ ସବୁଠାରୁ ଅଧିକ ରନ୍‌ ହାସଲ କରିଥିବାରୁ ମ୍ୟାନ୍‌ ଅଫ୍ ଦି ସିରିଜ୍‌ ପାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଏହା ବିରାଟଙ୍କ କ୍ରମାଗତ ଦ୍ୱିତୀୟ ଶତକ। ସେହିପରି ୱେଷ୍ଟଇଣ୍ତିଜ ବିପକ୍ଷରେ ଏହା ବିରାଟଙ୍କ ୯ମ ଶତକ। ଏହି ୪୩ ତମ ଶତକ ବଳରେ ବିରାଟ୍‌ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକର ନିକଟତର ହୋଇଛନ୍ତି।

ଗତକାଲ ବିଳମ୍ବିତ ରାତିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା। ବର୍ଷା ଯୋଗୁ ମ୍ୟାଚ୍‌କୁ ୩୫ ଓଭର ବିଶିଷ୍ଟ କରାଯାଇଥିଲା। ଫଳରେ ୱେଷ୍ଟଇଣ୍ଡିଜ ୩୫ ଓଭର୍‌ରେ ୭ ୱିକେଟ୍‌ ହରାଇ ୨୪୦ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ କ୍ରିସ୍‌ ଗେଲ ୭୨ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ।

ଭାରତକୁ ଡିଏଲ୍‌ ନିୟମ ଅନୁଯାୟୀ, ୩୫ ଓଭର୍‌ରେ ୨୫୫ ରନ୍‌ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ଫର୍ମରେ ଥିବା ରୋହିତ ଶର୍ମାଙ୍କୁ ରନ୍‌ ଆଉଟ୍‌ ଭାବେ ହରାଇଥିଲେ। ରୋହିତ ମାତ୍ର ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଏହାପରେ ଶିଖର ଧୱନ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ଦଳର ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୯୧ ଥିବା ବେଳେ ବ୍ୟକ୍ତିଗତ ୩୬ ରନ୍‌ କରି ଧୱନ ସ୍ପିନର ଫାବିଆନ୍‌ ଆଲେନଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ରିଷଭ ପନ୍ତ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ସେ ପ୍ରଥମ ବଲରେ ହିଁ ଆଲେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

୯୧ ରନ୍‌ରେ ୩ ୱିକେଟ୍‌ ହରାଇ ଦଳ ସଙ୍କଟରେ ପଡ଼ିଥିଲା। କିନ୍ତୁ ବିରାଟ୍‌ଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବ ତାରକା ଶ୍ରେୟସ ଆୟର ଭରପୂର ସହଯୋଗ କରିଥିଲେ। ବିରାଟ୍‌ଙ୍କ ଉପରୁ ଚାପ ହ୍ରାସ କରିବା ପାଇଁ ଆୟର ବଡ଼ବଡ଼ ଶଟ ଖେଳି ରନ୍‌ ଗତିକୁ ବଢ଼ାଇଥିଲେ। ସେହିପରି ସେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶ୍ରେୟସ ଆୟର ମାତ୍ର ୪୧ଟି ବଲ୍‌ରେ ବିସ୍ଫୋରକ ୬୫ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହି ଇନିଂସ୍‌ରେ ସେ ୫ଟି ଛକା ଓ ୩ଟି ଚୌକା ମାରିଥିଲେ। ଅନ୍ୟପକ୍ଷରେ ବିରାଟ୍‌ ମାତ୍ର ୯୩ଟି ବଲ୍‌ରେ ନିଜର ୪୩ତମ ଶତକ ହାସଲ କରି ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ।

ଦଳୀୟ ସ୍କୋର ୨୧୨ ଥିବା ବେଳେ ୬୫ ରନ୍‌ କରିଥିବା ଶ୍ରେୟସଙ୍କୁ କେମା ରୋଚ ଆଉଟ୍‌ କରିଥିଲେ। ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ ଶେଷ ଯାଏ ବିରାଟ୍‌ଙ୍କ ସହ ମିଶି ଭାରତକୁ ବିଜୟୀ କରାଇଥିଲେ। ବିରାଟ୍‌ ୧୧୪ ଓ କେଦାର ଯାଦବ ୧୨ ବଲ୍‌ରେ ୧୯ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos