ଇସ୍ରୋକୁ କ୍ରିକେଟ ଜଗତର ପ୍ରଶଂସା

ନୂଆଦିଲ୍ଲୀ: ଇସ୍ରୋର ମିଶନ ଚନ୍ଦ୍ରରେ ଅବତରଣ ଫେଲ ମାରିଛି। ଚନ୍ଦ୍ରଯାନ-୨ର ଅର୍ବିଟରରୁ ଅଲଗା ହୋଇଥିବା ବିକ୍ରମ ଚନ୍ଦ୍ରଠାରୁ ୨.୧ କିମି ଦୂରରେ ଥିବା ବେଳେ ହଠାତ୍‌ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅର୍ଥାତ ଭାରତର ଜହ୍ନମାମୁକୁ ଛୁଇଁବାର ସ୍ୱପ୍ନ ଅଧାରେ ରହିଯାଇଛି। ଏହାସତ୍ତ୍ୱେ ଇସ୍ରୋ ଯେଉଁଭଳି ସାହାସର ଚନ୍ଦ୍ରର ଅନ୍ଧକାରମୟ ଦକ୍ଷିଣ ମେରୁରେ ଅବତରଣ କରିବାକୁ ବିକ୍ରମକୁ ପଠାଇଥିଲା ଏବଂ ଏହା ୯୫% ଠିକ୍‌ ମାର୍ଗରେ ଚାଲିଥିଲା, ତା’କୁ କ୍ରିକେଟ ଜଗତ ପ୍ରଶଂସା କରିଛି। ଟିମ୍‌ […]

ww

ww

Hemant Lenka
  • Published: Saturday, 07 September 2019
  • Updated: 07 September 2019, 06:04 PM IST

Sports

Latest News

ନୂଆଦିଲ୍ଲୀ: ଇସ୍ରୋର ମିଶନ ଚନ୍ଦ୍ରରେ ଅବତରଣ ଫେଲ ମାରିଛି। ଚନ୍ଦ୍ରଯାନ-୨ର ଅର୍ବିଟରରୁ ଅଲଗା ହୋଇଥିବା ବିକ୍ରମ ଚନ୍ଦ୍ରଠାରୁ ୨.୧ କିମି ଦୂରରେ ଥିବା ବେଳେ ହଠାତ୍‌ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅର୍ଥାତ ଭାରତର ଜହ୍ନମାମୁକୁ ଛୁଇଁବାର ସ୍ୱପ୍ନ ଅଧାରେ ରହିଯାଇଛି।

ଏହାସତ୍ତ୍ୱେ ଇସ୍ରୋ ଯେଉଁଭଳି ସାହାସର ଚନ୍ଦ୍ରର ଅନ୍ଧକାରମୟ ଦକ୍ଷିଣ ମେରୁରେ ଅବତରଣ କରିବାକୁ ବିକ୍ରମକୁ ପଠାଇଥିଲା ଏବଂ ଏହା ୯୫% ଠିକ୍‌ ମାର୍ଗରେ ଚାଲିଥିଲା, ତା’କୁ କ୍ରିକେଟ ଜଗତ ପ୍ରଶଂସା କରିଛି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହୱାଗଙ୍କ ଯାଏ ଇସ୍ରୋର କଠିନ ପରିଶ୍ରମ ପାଇଁ ସମସ୍ତ ବୈଜ୍ଞାନିକମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ବିରାଟ ଟ୍ୱିଟ କରି କହିଛନ୍ତି, “ବିଜ୍ଞାନରେ ବିଫଳତା ବୋଲି ଶବ୍ଦ ନାହିଁ। ଆମେ ପରୀକ୍ଷା କରୁ ଏବଂ ଏହାକୁ ହାସଲ କରୁ। ଇସ୍ରୋରେ ଥିବା ସମସ୍ତ ବୈଜ୍ଞନିକମାନେ ନିରବଚ୍ଛିନ୍ନ ଭାବେ ଦିନ ଓ ରାତି ପରିଶ୍ରମ କରିଥିଲେ। ଆଜି ଦେଶ ସେମାନଙ୍କ ପାଇଁ ଗର୍ବିତ। ଜୟ ହିନ୍ଦ।”

ସେହୱାଗ କହିଛନ୍ତି, “ସ୍ୱପ୍ନ ଅଧା ରହିଲା, ହେଲେ ଇଚ୍ଛାଶକ୍ତି ବଞ୍ଚିଛି। ଆମେ ନିଶ୍ଚିତ ସଫଳି ପାଇବୁ।” ଏମାନଙ୍କ ବ୍ୟତୀତ ହରଭଜନ ସିଂହ, ଶିଖର ଧୱନ, ଇରଫାନ ପଠାନ ଓ କୃନାଲ ପାଣ୍ଡ୍ୟା ମଧ୍ୟ ଟ୍ୱିଟ କରି ଇସ୍ରୋର ପ୍ରଶଂସା କରିଛନ୍ତି। ସେହିପରି ରେସଲର ଗୀତା ଫୋଗାଟ ମଧ୍ୟ ଟ୍ୱିଟ କରି ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos