ଦିଲ୍ଲୀକୁ ହରାଇଲେ ନୀତୀଶ ରାଣା-ବରୁଣ ଚକ୍ରବର୍ତ୍ତୀ, ୫୯ ରନରେ ଜିତିଲା କୋଲକାତା

ଅବୁଧାବି: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍‌ ପରେ ବୋଲିଂରେ କମଲା କରିଛନ୍ତି ସ୍ପିନଷ୍ଟର ବରୁଣ ଚକ୍ରବର୍ତ୍ତୀ। ବରୁଣଙ୍କ ୫ ୱିକେଟ ଦଖଲ ଯୋଗୁ କୋଲକାତା ନାଇଟ ରାଇଡର୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ପରାସ୍ତ କରିଛି। ଏଥିସହ ଦଳ ପ୍ଲେ-ଅଫ ଖେଳିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଦିଲ୍ଲୀ ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ରହିଥିଲେ ହେଁ କୋଲକାତା ୧୧ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ପଏଣ୍ଟ ହାସଲ କରି ନେଇଛି। […]

v

v

Hemant Lenka
  • Published: Saturday, 24 October 2020
  • Updated: 24 October 2020, 07:31 PM IST

Sports

Latest News

ଅବୁଧାବି: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍‌ ପରେ ବୋଲିଂରେ କମଲା କରିଛନ୍ତି ସ୍ପିନଷ୍ଟର ବରୁଣ ଚକ୍ରବର୍ତ୍ତୀ। ବରୁଣଙ୍କ ୫ ୱିକେଟ ଦଖଲ ଯୋଗୁ କୋଲକାତା ନାଇଟ ରାଇଡର୍ସ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ପରାସ୍ତ କରିଛି। ଏଥିସହ ଦଳ ପ୍ଲେ-ଅଫ ଖେଳିବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି। ଦିଲ୍ଲୀ ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ରହିଥିଲେ ହେଁ କୋଲକାତା ୧୧ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ପଏଣ୍ଟ ହାସଲ କରି ନେଇଛି।

ନୀତୀଶ ରାଣାଙ୍କ ୮୧ ଓ ସୁନୀଲ ନାରିନଙ୍କ ୬୪ ରନ୍‌ ବଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ ମାତ୍ର ୧୩୫ ରନ୍‌ କରିବାକୁ ସକ୍ଷମ ହୋଇଛି। ୧୯୫ ରନ୍‌ର ଟାର୍ଗେଟ ପାଇଥିବା ଦିଲ୍ଲୀ ପ୍ରଥମ ବଲରେ ଅଜିଙ୍କ୍ୟ ରାହେଣଙ୍କୁ ହରାଇଥିଲା। ତାଙ୍କ ୱିକେଟ ପାଟ କମିନ୍ସ ନେଇଥିଲେ। ଏହାରେ ସେ ଇନ୍‌ଫର୍ମ ଶିଖର ଧୱନ(୬)ଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ।

ଋଷଭ ପନ୍ତ ଓ ଅଧିନାୟକ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୩ରୁ ନେଇ ୭୬ରେ ପହଞ୍ଚାଇଥିଲେ। ହେଲେ ବରୁଣ ଚକ୍ରବର୍ତ୍ତୀ ୨୭ ରନ୍‌ କରିଥିବା ପନ୍ତଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଭଲ ଟଚ୍‌ରେ ଥିବା ଶ୍ରେୟସ(୪୭) ଓ ଶିମରନ ହେଟମେୟର(୧୦)ଙ୍କୁ କ୍ରମାଗତ ଦୁଇଟି ବଲରେ ଆଉଟ କରି ବରୁଣ ଚକ୍ରବର୍ତ୍ତୀ ଦିଲ୍ଲୀକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ମାର୍କସ ଷ୍ଟୋଇନିସ(୬) ଓ ଅକ୍ଷର ପଟେଲ(୯) ମଧ୍ୟ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ବନିଥିଲେ। ଶେଷ ଭାଗରେ କମିନ୍ସ ଓ ଫରଗୁସନ ଯଥାକ୍ରମେ ରାବଡା ଏବଂ ତୁଷାର ଦେଶପାଣ୍ଡେଙ୍କୁ ଆଉଟ କରି ଦିଲ୍ଲୀର ବିଜୟ ଉପରେ ରୋକ ଲଗାଇ ଦେଇଥିଲେ। ଏଥିସହ କୋଲକାତାକୁ ୫୯ ରନ୍‌ରେ ଜିତାଇଥିଲେ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ କମିନ୍ସ ୩ଟି ଓ ଫରଗୁସନ ୧ଟି ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos