ଆଇପିଏଲ୍‌-୯: ହାଇଦ୍ରାବାଦ୍‌କୁ ୯ ୱିକେଟ୍‌ରେ ହରାଇଲା କୋଲକାତା

KOLKATA KNIGHT RIDERS WON BY 8 WICKETSହାଇଦ୍ରାବାଦ: ଆଇପିଏଲ୍‌ର ନବମ ସଂସ୍କରଣରେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୯ ୱିକେଟରେ ହରାଇଛି କୋଲକତା ନାଇଟ୍‌ ରାଇଡର୍ସ। ସନ୍‌ରାଇଜର୍ସ ଟସ୍‌ ଜିତି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍‌ ହରାଇ ୧୪୨ ରନ୍‌ କରିଥିଲା। ୧୪୩ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି କୋଲକାତା ୧୮.୨ ଓଭରେ ୧ଟି ୱିକେଟ ହରାଇ ୧୪୬ ରନ୍‌ କରିଥିଲା।

ହାଇଦ୍ରାବାଦ ପକ୍ଷରୁ ଇଓନ୍‌ ମୋର୍ଗାନ୍‌ ୪୩ ବଲରୁ ୫୧ରନ୍‌, ନମନ୍‌ ଓଝା ୨୮ ବଲରୁ ୩୭ ରନ୍‌ କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣର ଓ ଆଶିଷ ରେଡ୍ଡୀ ଯଥାକ୍ରମେ ୧୨ ବଲରୁ ୧୩ ରନ୍‌ ଓ ୮ ବଲରୁ ୧୩ ରନ୍‌ କରିଥିଲେ। କୋଲକାତା ପକ୍ଷରୁ  ଉମେଶ ଯାଦବ ୩ଟି ଓ ଏମ୍‌ ମୋର୍କେଲ୍‌ ୨ଟି ଓ ଆନ୍ଦ୍ରେ ରସେଲ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

କୋଲକାତା ପକ୍ଷରୁ ଗୌତମ ଗମ୍ଭୀର ୬୦ ବଲରୁ ଅପରାଜିତ ୯୦ରନ୍‌ , ରବୀନ ଉଥାପ୍ପା ୩୪ ବଲରୁ ୩୮ ରନ୍‌ ଓ ମନୀଶ ପାଣ୍ଡେ ୧୧ ବଲରୁ ଅପରାଜିତ ୧୧ ରନ୍‌ ଦଳକୁ ବିଜୟୀ କରାଇଥିଲା। ହାଇଦ୍ରାବାଦ ପକ୍ଷରୁ ରେହମାନ୍‌ ଓ ଆଶିଷ ପାଣ୍ଡେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଗୌତମ ଗମ୍ଭୀରଙ୍କୁ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍‌ ଘୋଷିତ କରାଯାଇଥିଲା।

ଦଳ ପୂର୍ବରୁ ମୁମ୍ବାଇଠାରୁ ହାରିଥିବା ବେଳେ ଦିଲ୍ଲୀଠାରୁ ଜିତିଥିଲା। ଦଳ ଏବେ ୪ ପଏଣ୍ଟ ସହ ଟେବୁଲ୍‌ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ମୁମ୍ବାଇ ଓ ବାଙ୍ଗାଲୋର ଠାରୁ ହାରି ଦଳ ଟେବୁଲର ନିମ୍ନରେ ରହିଛି।