ହ୍ୟାଟ୍ରିକ ନେଇ ଇତିହାସ ରଚିଲେ କୁଲଦୀପ ଯାଦବ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ହ୍ୟାଟ୍ରିକ ୱିକେଟ ନେଇ ଇତିହାସ ରଚିଛନ୍ତି ଭାରତୀୟ ସ୍ପିନର କୁଲଦୀପ ଯାଦବ। ସେ ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆରେ ୨ ଥର ହ୍ୟାଟ୍ରିକ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଜି କୁଲଦୀପ ଯାଦବ ୩୨.୪  ଓଭରରେ ପ୍ରଥମେ ଶାଇ ହୋପ, ୩୨.୫ ବଲରେ ଜେସନ ହୋଲ୍ଡର ଓ ଅନ୍ତିମ ବଲରେ ଅଲଜାରି ଯୋଜେଫଙ୍କୁ ଆଉଟ କରି ହ୍ୟାଟ୍ରିକ ୱିକେଟ ନେଇଛନ୍ତି। ଏହାପୂର୍ବରୁ ୨୦୧୭ରେ କୁଲଦୀପ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ […]

ev

ev

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 09:01 PM IST

Sports

Latest News

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ହ୍ୟାଟ୍ରିକ ୱିକେଟ ନେଇ ଇତିହାସ ରଚିଛନ୍ତି ଭାରତୀୟ ସ୍ପିନର କୁଲଦୀପ ଯାଦବ। ସେ ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆରେ ୨ ଥର ହ୍ୟାଟ୍ରିକ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଜି କୁଲଦୀପ ଯାଦବ ୩୨.୪  ଓଭରରେ ପ୍ରଥମେ ଶାଇ ହୋପ, ୩୨.୫ ବଲରେ ଜେସନ ହୋଲ୍ଡର ଓ ଅନ୍ତିମ ବଲରେ ଅଲଜାରି ଯୋଜେଫଙ୍କୁ ଆଉଟ କରି ହ୍ୟାଟ୍ରିକ ୱିକେଟ ନେଇଛନ୍ତି।

ଏହାପୂର୍ବରୁ ୨୦୧୭ରେ କୁଲଦୀପ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ମଧ୍ୟ ହ୍ୟାଟ୍ରିକ ୱିକେଟ ନେଇଥିଲେ। କୁଲଦୀପଙ୍କ ବ୍ୟତୀତ ୧୯୮୭ ମସିହାରେ ଚେତନ ଶର୍ମା, ୧୯୯୧ରେ କପିଲ ଦେବ, ୨୦୧୯ରେ ମହମ୍ମଦ ଶାମି ଦିନିକିଆରେ ହ୍ୟାଟ୍ରିକ ୱିକେଟ ନେଇଥିଲେ। ହେଲେ କୌଣସି ଭାରତୀୟ ଦିନିକିଆରେ ଦୁଇଥର ହ୍ୟାଟ୍ରିକ ୱିକେଟ ନେଇ ନଥିଲେ।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ୩ଥର, ପାକିସ୍ତାନର ୱାସିମ ଆକ୍ରମ ୨ଥର, ସାକଲିନ ମୁସ୍ତାକ ୨ଥର, ଶ୍ରୀଲଙ୍କାର ଚାମିଣ୍ଡା ଭାସ ୨ଥର ଓ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଦୁଇଥର ଦିନିକିଆ କ୍ରିକେଟରେ ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି।

ଅନ୍ୟପକ୍ଷରେ ମହମ୍ମଦ ଶାମି ଓ ଚେତନ ଶର୍ମା ବିଶ୍ୱକପରେ ହ୍ୟାଟ୍ରିକ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos