ଏହି ଭାରତୀୟ କ୍ରିକେଟର୍‌ଙ୍କ ନୂଆ କାରନାମା: ୨୪ ବର୍ଷ ପରେ ଆଫ୍ରିକାରେ ଦେଖାଇଲେ ଯାଦୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ଗସ୍ତେର ଭାରତର ଦୁଇ ବୋଲର କୁଲଦୀପ ଓ ଚହଲଙ୍କ ଆକର୍ଷଣୀୟ ବୋଲିଂ ବେଶ ପ୍ରଶଂସନୀୟ ରହିଛି। ଫଳରେ ଭାରତ ୬ଟିକିଆ ଦିନିକିଆ ସିରିଜରୁ ୫-୧ରେ କବ୍‌ଜା କରିନେଇଛି। ଏହି ଦୁଇ ବୋଲର ସିରିଜରେ ମୋଟ ୩୩ଟି ୱେକେଟ୍‌ ନେଇଛନ୍ତି। ଦିନିକିଆରେ କୁଲଦୀପ ୧୭ ୱେକେଟ୍‌ ନେଇଥିବା ବେଳେ ଚହଲ ୧୬ ୱିକେଟ୍‌ ନେଇଛନ୍ତି। ଏହାସହ କୁଲଦୀପ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛି। ଆଫ୍ରିକା ମାଟିରେ କୌଣସି ଦ୍ୱିପାକ୍ଷିକ ସିରିଜରେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବୋଲର କ୍ରେଗ ମାଥ୍ୟୁଜ୍‌ ୧୭ ୱିକେଟ୍‌ ନେଇ ରେକର୍ଡ କରିଥିଲେ। କିନ୍ତୁ କୁଲଦୀପ ୧୭ ୱିକେଟ୍‌ ନେଇ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି। ଏହାସହ ଚହଲ ୧୬ଟି ୱିକେଟ୍‌ ନେଇ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

୧୯୯୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ବୋଲର କ୍ରେଗ୍‌ ମାଥ୍ୟୁଜ ନିଜ ମାଟିରେ ୭ଟିକିଆ ସିରିଜରୁ ୧୭ଟି ୱେକେଟ୍‌ ନେଇଥିଲେ। ଏହାପରେ ଚଳିତ ଗସ୍ତରେ କୁଲଦୀପ ୬ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍‌ ନେଇ କ୍ରେଗ୍‌ଙ୍କ ସହ ସମକକ୍ଷ ହୋଇଛନ୍ତି।