ପଦାକୁ ଆସିଲା କୁମ୍ବଲେ-କୋହଲି କଳି: ସେଥିପାଇଁ ହାରିଲା କି ଭାରତ ?

ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଗଣମାଧ୍ୟମରେ ମଧ୍ୟ ଏକାଧିକ ଖବର ଆସୁଛି। ତେବେ ଇସ୍ତଫା ଦେବାର କାରଣ ନିଜେ କୁମ୍ବଲେ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ ଇସ୍ତଫାର କାରଣ ବୋଲି ସେ ସ୍ପଷ୍ଟ କରିଛନ୍ତି। କୁମ୍ବଲେ ଟ୍ୱିଟ୍‌ରେ ଉଲ୍ଲେଖ […]

kumble

kumble

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 12:10 PM IST

Sports

Latest News

ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଗଣମାଧ୍ୟମରେ ମଧ୍ୟ ଏକାଧିକ ଖବର ଆସୁଛି। ତେବେ ଇସ୍ତଫା ଦେବାର କାରଣ ନିଜେ କୁମ୍ବଲେ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ୱିଟ୍‌ କରି ସ୍ପଷ୍ଟ କରିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ ଇସ୍ତଫାର କାରଣ ବୋଲି ସେ ସ୍ପଷ୍ଟ କରିଛନ୍ତି।

କୁମ୍ବଲେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି,“ପରାମର୍ଶଦାତା କମିଟି ମୋତେ ମୁଖ୍ୟ କୋଚ୍‌ ପଦ ଆଗକୁ ବଢ଼ାଇବାକୁ କହିଥିଲେ। ଏହାସହ ମୋତେ କୁହାଯାଇଥିଲା ଅଧିନାୟକଙ୍କୁ ମୋ କାର୍ଯ୍ୟଶୈଳୀକୁ ନେଇ ସମସ୍ୟା ରହିଛି। ଏହା ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ କୋଚ୍‌ ଓ ଅଧିନାୟକଙ୍କ ସୀମା ମୋତେ ଭଲ ଭାବେ ଜଣାଅଛି। ବିସିସିଆଇ ଅଧିନାୟକ ଓ ମୋ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହା ସ୍ପଷ୍ଟ ଯେ ଏହି ସମାଧାନ ବେଶି ଦିନ ତିଷ୍ଟିବ ନାହିଁ। ଏଥିପାଇଁ ମୁଁ ଇସ୍ତଫା ଦେଇ ଦେବା ଠିକ୍‌ ଭାବିଲି।”

ସେ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ପେସାଦାର, ଅନୁଶାସନ, ପ୍ରତିବଦ୍ଧତା, ସଚ୍ଚୋଟତା, କୌଶଳ ଓ ଭିନ୍ନ ବିଚାର ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହାକୁ ଆଗକୁ ରଖିଥିଲି। ମୁଁ ଭାଗୁଛି ଦଳ ମଧ୍ୟରେ କୋଚ୍‌ଙ୍କ ଭୁମିକା ରହିଛି। ଟିମ୍‌ ହିତ ପାଇଁ ଆତ୍ମ ସୁଧାର କେମିତି ହେବ ସେ ରାସ୍ତା କୋଚ୍‌ ହିଁ ଦେଖାଇଥାଏ।

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ କରାଯାଇଥିବାରୁ ସେ ସିଏସି, ବିସିସିଆଇ ଓ ସିଓଏକୁ ଧନ୍ୟବାଦ ଜଣାଇଛନ୍ତି।

ବିରାଟଙ୍କ ସହ ମତଭେଦର କିଛି ଚର୍ଚ୍ଚିତ କାରଣ

୧. କୁହାଯାଏ ଅନୁଶାସନକୁ ନେଇ କୁମ୍ବଲେ ବହୁତ ଶକ୍ତ ଥିଲେ। ଏପରିକି ପ୍ରାକ୍ଟିସ୍‌ ସମୟରେ କିଛି ଖେଳାଳିଙ୍କୁ ଲାତ ମାରିବାକୁ ପଛାଇ ନ ଥିଲେ। ଏହାସହ ଏକାଧିକ ସିରିଜ୍‌ରେ ଖେଳାଳି ସହ ସେମାନଙ୍କ ଗାର୍ଲଫ୍ରେଣ୍ଡ ଓ ପତ୍ନୀଙ୍କୁ ନେବାକୁ ବିରୋଧ କରୁଥିଲେ।

୨. ଗଣମାଧ୍ୟମ ରିପୋର୍ଟ ଅନୁସାରେ କୋହଲିଙ୍କ ପ୍ରଥମ ପସନ୍ଦ ରବିଶାସ୍ତ୍ରୀ। ସେ ଚାହୁଁଥିଲେ ରବିଶାସ୍ତ୍ରୀ ହିଁ ଟିମ୍‌ର କୋଚ୍‌ ରୁହନ୍ତୁ। କୁମ୍ବଲେଙ୍କ ପୂର୍ବରୁ ଶାସ୍ତ୍ରୀ ଟିମ୍‌ର ଡାଇରେକ୍ଟର ଓ କୋଚ୍‌ ଥିଲେ।

୩. ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ କୁମ୍ବଲେ ଓ କୋହଲିଙ୍କ ମଧ୍ୟରେ ଥିବା ମତାନ୍ତର ଚରମସୀମାରେ ପହଞ୍ଚି ଯାଇଥିଲା। ଫାଇନାଲର ଗୋଟିଏ ଦିନ ପୂର୍ବରୁ କୋହଲି କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ଆଗରେ କୁମ୍ବଲେଙ୍କୁ ନେଇ ଖୋଲାଖୋଳି ଆପତ୍ତି ଉଠାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story