ଦିନିକିଆରେ ମାଲିଙ୍ଗା କେଉଁ ସବୁ ରେକର୍ଡ କରିଛନ୍ତି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଦ୍ରୁତ ବୋଲର ତଥା ‘ୟର୍କର କିଙ୍ଗ’ ଭାବେ ପରିଚିତ ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ନିଜ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଗତକାଲି ଖେଳିଥିଲେ। ୨୦୧୧ରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ମାଲିଙ୍ଗା ଏବେ କେବଳ ଟି-୨୦ ମ୍ୟାଚ୍‌ ଖେଳିବେ। ଅର୍ଥାତ ୨୦୨୦ ଟି-୨୦ ବିଶ୍ୱକପରେ ମାଲିଙ୍ଗାଙ୍କ ଯାଦୁ ଦେଖିବାକୁ ମିଳିପାରେ। ଦିନିକିଆରେ ୨୨୫ଟି ମ୍ୟାଚ୍‌ ଖେଳିଥିବା ମାଲିଙ୍ଗା ଏକାଧିକ ରେଡର୍କ […]

ws

ws

Hemant Lenka
  • Published: Saturday, 27 July 2019
  • Updated: 27 July 2019, 06:22 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଦ୍ରୁତ ବୋଲର ତଥା 'ୟର୍କର କିଙ୍ଗ' ଭାବେ ପରିଚିତ ଲସିଥ ମାଲିଙ୍ଗା ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେଇଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ନିଜ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଗତକାଲି ଖେଳିଥିଲେ। ୨୦୧୧ରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ମାଲିଙ୍ଗା ଏବେ କେବଳ ଟି-୨୦ ମ୍ୟାଚ୍‌ ଖେଳିବେ। ଅର୍ଥାତ ୨୦୨୦ ଟି-୨୦ ବିଶ୍ୱକପରେ ମାଲିଙ୍ଗାଙ୍କ ଯାଦୁ ଦେଖିବାକୁ ମିଳିପାରେ। ଦିନିକିଆରେ ୨୨୫ଟି ମ୍ୟାଚ୍‌ ଖେଳିଥିବା ମାଲିଙ୍ଗା ଏକାଧିକ ରେଡର୍କ କରିଛନ୍ତି।

ଆସନ୍ତୁ ଜାଣିବା ସେହି ସବୁ ରେକର୍ଡ ସମ୍ପର୍କରେ:

୧: ମାଲିଙ୍ଗା ଦିନିକିଆରେ ୩୩୮ଟି ୱିକେଟ୍‌ ନେଇଛନ୍ତି। ସେ ତୃତୀୟ ଶ୍ରୀଲଙ୍କା ଖେଳାଳି ଭାବେ ଏତେ ସଂଖ୍ୟକ ୱିକେଟ ପାଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମୁଥିଆ ମୁରଲୀଧରନ(୫୨୩) ଓ ଚାମିଣ୍ଡା ଭାସ(୩୯୯) ୱିକେଟ ଦଖଲ କରିଥିଲେ। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ସର୍ବାଧିକ ୧୩ଟି ୱିକେଟ ନେଇଥିଲେ।

୨: ଅଜନ୍ତା ମେଣ୍ଡିସ୍‌ଙ୍କ ପରେ ମାଲିଙ୍ଗା ଶ୍ରୀଲଙ୍କାର ଦ୍ୱିତୀୟ ବେଷ୍ଟ ଷ୍ଟ୍ରାଇକ୍‌ ରେଟ୍‌(୩୨.୪) ଥିବା ବୋଲର।

୩: ମାଲିଙ୍ଗା ବିଶ୍ୱର ଏକମାତ୍ର ବୋଲର ଯିଏ ଦିନିକିଆରେ ୩ଥର ହ୍ୟାଟ୍ରିକ ନେଇଛନ୍ତି। ଏହି ୩ଟି ହ୍ୟାଟ୍ରିକ ମଧ୍ୟରୁ ୨ଟି ବିଶ୍ୱକପରେ ଘଟିଥିଲା। ଏହା ମଧ୍ୟ ଏକ ରେକର୍ଡ। ୱାସିମ ଆକ୍ରାମଙ୍କ ଭଳି ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪ଥର ହ୍ୟାଟ୍ରିକ୍‌ କରିଛନ୍ତି।

୪: ମାଲିଙ୍ଗା ବିଶ୍ୱର ଏକମାତ୍ର ବୋଲର ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୪ଟି ବଲ୍‌ରେ ୪ଟି ୱିକେଟ୍‌ ଦଖଲ କରିଛନ୍ତି।

୫: ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେବା ତାଲିକାରେ ମାଲିଙ୍ଗା ୩ୟ ସ୍ଥାନରେ ରହିଛନ୍ତି। ମାଲିଙ୍ଗା ବିଶ୍ୱକପରେ ଖେଳିଥିବା ୨୯ଟି ମ୍ୟାଚ୍‌ରୁ ୫୬ଟି ୱିକେଟ୍‌ ନେଇଥିବା ବେଳେ ମୁରଲୀଧରନ ୬୮ ଓ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାଗ୍ରାଥ ୭୧ଟି ୱିକେଟ ପାଇଛନ୍ତି।

୬: ୧୦ ନଂ ସ୍ଥାନରେ ବ୍ୟାଟିଂ କରି ଶ୍ରୀଲଙ୍କା ପାଇଁ ସର୍ବାଧିକ ରନ୍‌ କରିଥିବା ରେକର୍ଡ ମାଲିଙ୍ଗାଙ୍କ ନାଁରେ ରହିଛି। ଏହି ସ୍ଥାନରେ ଶ୍ରୀଲଙ୍କାର ଏକମାତ୍ର ଖେଳାଳି ଭାବେ ସେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos