ବାଂଲା ବିପକ୍ଷ ମ୍ୟାଚ୍‌ ପରେ ସ୍ୱଦେଶ ଫେରିବେ ମାଲିଙ୍ଗା

ଲଣ୍ଡନ: ଶ୍ରୀଲଙ୍କାର ପ୍ରମୁଖ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଶାଶୁଙ୍କ ଦେହାନ୍ତ ହୋଇଯାଇଛି। ବିଶ୍ୱକପ୍‌ ଖେଳିବାକୁ ଇଂଲଣ୍ଡରେ ଥିବା ମାଲିଙ୍ଗା ଏହି ଖବର ପାଇବା ପରେ ଭାଙ୍ଗି ପଡ଼ିଛନ୍ତି। ଏଥିପାଇଁ ସେ ସ୍ୱଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ବର୍ଷା ଯୋଗୁ ଏହା ବିଳମ୍ବିତ ହୋଇଛି। ଆଜିର ବାଂଲାଦେଶ ମ୍ୟାଚ୍‌ ପରେ ମାଲିଙ୍ଗା ସ୍ୱଦେଶ ଫେରିଯିବେ। ତେବେ ଜୁନ୍‌ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ […]

sa

sa

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 05:13 PM IST

ଲଣ୍ଡନ: ଶ୍ରୀଲଙ୍କାର ପ୍ରମୁଖ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ଶାଶୁଙ୍କ ଦେହାନ୍ତ ହୋଇଯାଇଛି। ବିଶ୍ୱକପ୍‌ ଖେଳିବାକୁ ଇଂଲଣ୍ଡରେ ଥିବା ମାଲିଙ୍ଗା ଏହି ଖବର ପାଇବା ପରେ ଭାଙ୍ଗି ପଡ଼ିଛନ୍ତି। ଏଥିପାଇଁ ସେ ସ୍ୱଦେଶ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ବର୍ଷା ଯୋଗୁ ଏହା ବିଳମ୍ବିତ ହୋଇଛି। ଆଜିର ବାଂଲାଦେଶ ମ୍ୟାଚ୍‌ ପରେ ମାଲିଙ୍ଗା ସ୍ୱଦେଶ ଫେରିଯିବେ। ତେବେ ଜୁନ୍‌ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ପୁଣିଥରେ ଇଂଲଣ୍ଡ ଫେରି ଟିମ୍‌ରେ ଯୋଗଦେବେ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଶ୍ରୀଲଙ୍କାର ବିଶ୍ୱକପ୍ ଆରମ୍ଭ ଭଲ ନଥିଲା। ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା। ତେବେ ଏହାର ପରବର୍ତ୍ତୀ ମ୍ୟାଛରେ ଦଳ ଆଫିଗାନିସ୍ତାନକୁ ୩୪ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ମାଲିଙ୍ଗା ୩ଟି ୱିକେଟ୍‌ ଦଖଲ କରିଥିଲେ। ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ପରସ୍ପରକୁ ଭେଟି ଥାଆନ୍ତେ। ହେଲେ ବର୍ଷା ମ୍ୟାଚ୍‌ଟିକୁ ଧୋଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos