ଆଜି ୩ଟି ଦଳର ଅଗ୍ନି ପରୀକ୍ଷା: ରନ୍‌ରେଟ୍‌ ଦୃଷ୍ଟିରୁ ଏହି ଟିମ୍‌ର ପଲ୍ଲା ଭାରି

ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌। କିଏ ଖେଳିବ ପ୍ଲେଅଫ୍‌ ଆଉ କିଏ ପ୍ରତିଯୋଗିତାରୁ ହେବ ବିଦା। ଏହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଚଳିତ ଆଇପିଏଲର ଆଉ ମାତ୍ର ୪ଟି ମ୍ୟାଚ୍‌ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ। ଏବେ ସୁଦ୍ଧା ଦୁଇଟି ଟିମ୍‌ ପ୍ଲେଅଫ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ୱିଲିୟମସନଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଅଫ୍‌ରେ ପହଞ୍ଚି ଯାଇଥିବା ବେଳେ ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ରତିଯୋଗିତାରେ […]

trophy

trophy

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 04:38 PM IST

Sports

Latest News

ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌। କିଏ ଖେଳିବ ପ୍ଲେଅଫ୍‌ ଆଉ କିଏ ପ୍ରତିଯୋଗିତାରୁ ହେବ ବିଦା। ଏହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଚଳିତ ଆଇପିଏଲର ଆଉ ମାତ୍ର ୪ଟି ମ୍ୟାଚ୍‌ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ। ଏବେ ସୁଦ୍ଧା ଦୁଇଟି ଟିମ୍‌ ପ୍ଲେଅଫ୍‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ୱିଲିୟମସନଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଅଫ୍‌ରେ ପହଞ୍ଚି ଯାଇଥିବା ବେଳେ ଅନ୍ୟ କେଉଁ ଦୁଇଟି ଟିମ୍‌ ପ୍ରତିଯୋଗିତାରେ ତିଷ୍ଠି ରହୁଛନ୍ତି ତାହା କାହିବା ମୁସ୍କିଲ। ଏହି ରେସରେ ୫ଟି ଟିମ୍‌ ଏବେସୁଦ୍ଧା ଅଛନ୍ତି। କେକେଆର୍‌, ମୁମ୍ବାଇ, ଆର୍‌ସିବି, ରାଜସ୍ଥାନ ଓ ପଞ୍ଜାବ ମଧ୍ୟରୁ କେଉଁ ଟିମ୍‌ ପ୍ଲେଅଫ୍‌ ଯିବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କେକେଆର୍‌ ୧୪ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୪ଟି ଟିମ୍‌ ୧୨ ଅଙ୍କ ସହ ପ୍ଲେଅଫ୍‌ ପାଇଁ ସଂଘର୍ଷ କରୁଛନ୍ତି।

ଏହାରି ଭିତରେ ଆଜି ୩ଟି ଦଳର ଭାଗ୍ୟ ପରୀକ୍ଷା ହେବେ। ଅପରାହ୍ନ ୪ଟାରେ ଆର୍‌ସିବି ଓ ରାଜସ୍ଥାନ ମଧ୍ୟରେ ପ୍ଲେଅଫ୍‌ ପାଇଁ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ରାତି ୮ଟାରେ ସନରାଇଜର୍ସ ହାଇଦ୍ରାବାଦ ଓ କେକେଆର୍‌ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଆରସିବି ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଉଭୟ ଟିମ୍‌ ଚାହିଁବେ ବଡ଼ ବ୍ୟାବଧାନରେ ମ୍ୟାଚ୍‌ ଜିତିବା ପାଇଁ। ସେହିପିରି ଦ୍ୱିତୀୟ ମ୍ୟାଚ୍‌ରେ କେକେଆର୍‌ ଚାହିଁବ ହାଇଦ୍ରାବାଦକୁ ହରାଇ ପ୍ଲେଅଫ୍‌ ପାଇଁ ନିଜ ସ୍ଥାନ ପକ୍କା କିପରି କରିବ।

ଆସନ୍ତା କାଲି ଅନ୍ୟ ଦୁଇଟି ଟିମ୍‌ ମୁମ୍ବାଇ ଓ ପଞ୍ଜାବ ପ୍ଲେଅଫ୍‌ ପାଇଁ ଭାଗ୍ୟ ପରୀକ୍ଷା ଦେବେ। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ଓ ମୁମ୍ବାଇ, ଦ୍ୱିତୀୟ ମ୍ୟାଚ୍‌ରେ ପଞ୍ଜାବ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ ଶେଷ ଲିଗ୍‌ ମ୍ୟାଚ୍‌। ପଞ୍ଜାବ ଓ ମୁମ୍ବାଇ ମଧ୍ୟ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ବଡ଼ ବ୍ୟବଧାନରେ ଜିତିବାକୁ ଚାହିଁବେ। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରନରେଟ୍‌ ହାର କାହାର କେତେ। ଲିଗ୍‌ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍‌ର ରନରେଟ୍ ହାର ଭଲ ଥିବ, ସେହିଟିମ୍‌ ପ୍ଲେଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ବର୍ତ୍ତମାନ ସୁଦ୍ଧା ପ୍ଲେଅଫ୍‌ ପାଇଁ ସଂଘର୍ଷ କରୁଥିବା ୫ଟି ଟିମ୍‌ ମଧ୍ୟରୁ ମୁମ୍ବାଇ ଓ ଆର୍‌ସିବିର ରନରେଟ୍‌ ପ୍ଲସ୍‌ରେ ରହିଥିବା ବେଳେ ବାକି ୩ଟି ଦଳର ରନରେଟ୍‌ ହାର ମାଇନସ୍‌ରେ ରହିଛି। ତେଣୁ ପ୍ଲେଅଫ୍‌ର ଚୂଡ଼ାନ୍ତ ସୂଚୀ ନ ଆସିବା ପର୍ଯ୍ୟନ୍ତ କେଉଁ ଦଳ ପ୍ଲେଅଫ୍‌ ଖେଳିବ ତାହା କହିବା ମୁସ୍କିଲ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos