ମୁମ୍ବାଇ ଓ କୋଲକାତା ପାଇଁ ଶେଷ ସୁଯୋଗ: ଜିତିଲେ ସିଧା ଫାଇନାଲରେ

ବାଙ୍ଗାଲୋର: ଦୁଇ ଦୁଇ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଓ କୋଲକାତ ପାଇଁ ଆଜି କର ବା ମର ସ୍ଥିତି। ଆଇପିଏଲ ଚଳିତ ସିଜିନରେ ପ୍ରଥମ ଟିମ୍‌ ଭାବେ ପୁଣେ ଫାଇନାଲରେ ପହଞ୍ଚିସାରିଛି। ତେବେ ଆଜି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପୁଣେକୁ ଭେଟିବ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପୁଣେ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ମୁମ୍ବାଇ ପାଇଁ ଆଉ ଏକ ସୁଯୋଗ ଅଛି। ଅନ୍ୟପଟେ କୋଲକାତା ଏଲିମିନେଟର ମ୍ୟାଚ୍‌ରେ ହାଇଦ୍ରାବାଦକୁ ହାରାଇ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ […]

rohit-gambhir_1004bcci_8751

rohit-gambhir_1004bcci_8751

Rakesh Mallick
  • Published: Friday, 19 May 2017
  • Updated: 19 May 2017, 04:22 PM IST

Sports

Latest News

ବାଙ୍ଗାଲୋର: ଦୁଇ ଦୁଇ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଓ କୋଲକାତ ପାଇଁ ଆଜି କର ବା ମର ସ୍ଥିତି। ଆଇପିଏଲ ଚଳିତ ସିଜିନରେ ପ୍ରଥମ ଟିମ୍‌ ଭାବେ ପୁଣେ ଫାଇନାଲରେ ପହଞ୍ଚିସାରିଛି। ତେବେ ଆଜି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପୁଣେକୁ ଭେଟିବ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ପୁଣେ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ମୁମ୍ବାଇ ପାଇଁ ଆଉ ଏକ ସୁଯୋଗ ଅଛି। ଅନ୍ୟପଟେ କୋଲକାତା ଏଲିମିନେଟର ମ୍ୟାଚ୍‌ରେ ହାଇଦ୍ରାବାଦକୁ ହାରାଇ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଉଭୟ ଟିମ୍‌ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ମୁମ୍ବାଇର ପଲ୍ଲା ଭାରି ଦେଖାଯାଉଛି। ଯଦିଓ ଉଭୟ ଟିମ୍‌ ଦୁଇ ଦୁଇ ଥର ଆଇପିଏଲ ବିଜେତା ହୋଇସାରିଛନ୍ତି ତଥାବି ମୁମ୍ବାଇକୁ ଆଇପିଏଲର ସବୁଠୁ ସଫଳ ଟିମ୍‌ ଭାବେ ଗଣାହୁଏ। ସବୁଠୁ ଅଧିକ ମ୍ୟାଚ୍‌ ଜିତିବାର ରେକର୍ଡ ମୁମ୍ବାଇ ନାଁରେ ରହିଛି। ତଥାପି ଅଜିର ମ୍ୟାଚ୍‌ ବେସ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି। ଉଭୟ ଟିମ୍‌ ଆଜିର ମ୍ୟାଚ୍‌ ଜିତି ଫାଇନାଲରେ ପହଞ୍ଚିବାକୁ ରଣକୌଶଳ ତିଆରି କରି ପଡିଆକୁ ଓହ୍ଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos