ଡେଭିସ କପ: ପାକିସ୍ତାନକୁ ୪-୦ରେ ମାତ ଦେଲା ଭାରତ

ନୁର ସୁଲତାନ: ଭେଟରାନ ଟେନିସ ତାରକା ଲିଆଣ୍ଡର ପେସଙ୍କ ରେକର୍ଡ ବିଜୟ ସହ ଭାରତ ପ୍ରତିପକ୍ଷ ପାକିସ୍ତାନକୁ ଡେଭିସ କପ୍‌ରେ ୪-୦ରେ ମାତ ଦେଇଛି। ଏଥିସହ ଭାରତ ୨୦୨୦ ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସ ଟିକେଟ ହାସଲ କରିଛି। ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସରେ ଦଳ କ୍ରୋଏସିଆକୁ ଭେଟିବ। କ୍ୱାଲିଫାୟର୍ସ ମ୍ୟାଚ୍ ଆସନ୍ତାବର୍ଷ ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ। ଗତକାଲି ଭାରତ ଡେଭିସ୍ କପ୍ ଟାଇର ଏସିଆ/ଓସେନିଆର ଗ୍ରୁପ୍‌-ଆଇ ମ୍ୟାଚରେ ୨-୦ରେ ଆଗୁଆ ଥିଲା। ଆଜି ଲିଆଣ୍ଡର […]

swsw

swsw

Hemant Lenka
  • Published: Saturday, 30 November 2019
  • Updated: 30 November 2019, 06:09 PM IST

Sports

Latest News

ନୁର ସୁଲତାନ: ଭେଟରାନ ଟେନିସ ତାରକା ଲିଆଣ୍ଡର ପେସଙ୍କ ରେକର୍ଡ ବିଜୟ ସହ ଭାରତ ପ୍ରତିପକ୍ଷ ପାକିସ୍ତାନକୁ ଡେଭିସ କପ୍‌ରେ ୪-୦ରେ ମାତ ଦେଇଛି। ଏଥିସହ ଭାରତ ୨୦୨୦ ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସ ଟିକେଟ ହାସଲ କରିଛି। ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସରେ ଦଳ କ୍ରୋଏସିଆକୁ ଭେଟିବ। କ୍ୱାଲିଫାୟର୍ସ ମ୍ୟାଚ୍ ଆସନ୍ତାବର୍ଷ ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ।

ଗତକାଲି ଭାରତ ଡେଭିସ୍ କପ୍ ଟାଇର ଏସିଆ/ଓସେନିଆର ଗ୍ରୁପ୍‌-ଆଇ ମ୍ୟାଚରେ ୨-୦ରେ ଆଗୁଆ ଥିଲା। ଆଜି ଲିଆଣ୍ଡର ପେସ୍‌ ଡେବ୍ୟୁଟାଣ୍ଟ ଜୀବନ ନେଦୁନଛେଝିୟାନଙ୍କ ସହ ମିଶି ନିଜ ଟେନିସ କ୍ୟାରିୟରର ୪୪ତମ ଡବଲ୍ସ ମ୍ୟାଚ ଜିତିବାର ରେକର୍ଡ କରିଥିଲେ ଏବଂ ଭାରତକୁ ୩-୦ରେ ଆଗୁଆ କରି ଦେଇଥିଲେ।

ପେସ ଓ ଜୀବନ ଯୋଡ଼ି ପାକିସ୍ତାନର ମହମ୍ମଦ ଶୋଏବ ଓ ହୁଫୈଜା ଅବଦୁଲ ରେହମାନଙ୍କୁ ୬-୧ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଏଥିପାଇଁ ଭାରତକୁ ମାତ୍ର ୫୩ ମିନିଟ ସମୟ ଲାଗିଥିଲା।

ଏହାପରେ ରିଭର୍ସ ସିଙ୍ଗଲ୍ସରେ ସୁମିତ ନାଗାଲ ପାକିସ୍ତାନର ୟୁସୁଫ ଖଲିଲଙ୍କୁ ଭେଟିଥିଲେ। ତେବେ ସୁମିତଙ୍କ ଆଗରେ ୟୁସୁଫ ଆଦୌ ତିଷ୍ଠି ପାରି ନଥିଲେ। ଏହି ମ୍ୟାଚ୍‌କୁ ସୁମିତ ୬-୧ ଓ ୬-ରେ ଜିତିବା ସହ ଭାରତ ୪-୦ରେ ଆଗୁଆ ହୋଇଯାଇଥିଲା। ଭାରତ ୫ମ ରାଉଣ୍ଡରେ ହାରିଥିଲେ ବି ଚାମ୍ପିୟନ ହୋଇଥାଆନ୍ତା ଏବଂ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିଥାଆନ୍ତା।

ତେଣୁ ପାକିସ୍ତାନ ଖେଳାଳି ୫ମ ରାଉଣ୍ଡ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଫଳରେ ଭାରତ ୪-୦ରେ ଡେଭିସ କପ ଜିତି ନେଇଥିଲା। ଭାରତ ଶେଷଥର ପାଇଁ ୨୦୧୪ରେ ଅନୁଷ୍ଠିତ ଟାଇରେ ଚାଇନିଜ୍‌ ତାଇପେଇକୁ ୫-୦ରେ ହରାଇଥିଲା। ଏବେ ପୁଣିଥରେ ଭାରତ ପ୍ରତିପକ୍ଷ ପାକିସ୍ତାନ ବିପକ୍ଷରେ କ୍ଲିନସୁଇପ କରିଛି। ଏହି ବିଜୟକୁ ଭାରତୀୟ ଟେନିସ ଦଳର ଅଧିନାୟକ ରୋହିତ ରାଜପାଲ ଦେଶର ସେନା ଯବାନଙ୍କୁ ଉତ୍ସର୍ଗ କରିଛନ୍ତି।

ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଭାରତ ଏହାକୁ ନିରପେକ୍ଷ ଭେନ୍ୟୁରେ ଆୟୋଜିତ କରିବାକୁ ଆଇଟିଏଫ୍ ନିକଟରେ ଦାବି କରିଥିଲା।

ଫଳରେ ଏହି ମ୍ୟାଚ୍ ପାଇଁ କଜାଖସ୍ତାନର ରାଜଧାନୀ ନୁର୍-ସୁଲତାନକୁ ବଛା ଯାଇଥିଲା। ଏହାକୁ ପାକିସ୍ତାନ ଟେନିସ୍ ଫେଡେରେସନ୍ (ପିଟିଏଫ୍‌) ବିରୋଧ କରିଥିଲା। ଏପରିକି ପାକିସ୍ତାନର କିଛି ସିନିୟର୍ ଖେଳାଳି ଏହାକୁ ବିରୋଧ କରି ମ୍ୟାଚ ଖେଳିବାରୁ ଓହରିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos