ଗାବାରେ ଗର୍ବ ଭାଙ୍ଗିବା ପରେ ଭୁଲ ସ୍ୱୀକାର କଲେ ଅଷ୍ଟ୍ରେଲିଆର କୋଚ୍‌

ବ୍ରିସବେନ: ୩୨ ବର୍ଷ ଧରି ଅପରାଜୟ ରହି ଗାବାରେ ନିଜର ଦବଦବା ଦେଖାଉଥିବା ଅଷ୍ଟ୍ରେଲିଆକୁ ଭାରତ ମାତ୍‌ ଦେଇଛି। ବେଶ ନାଟକୀୟ ଢଙ୍ଗରେ ଅଷ୍ଟ୍ରେଲିଆକୁ ଗାବା ଟେଷ୍ଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ତେବେ ଏହି ପରାଜୟ ପରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଜଷ୍ଟିସ ଲାଙ୍ଗର ନିଜର ଭୁଲ ସ୍ୱୀକାର କରିଛନ୍ତି। ଟିମ୍‌ ଇଣ୍ଡିଆ ଅତ୍ୟନ୍ତ ଶକ୍ତିଶାଳୀ ବୋଲି ସେ କହିଛନ୍ତି।

ଲାଙ୍ଗର ଆଜିର ମ୍ୟାଚ୍‌ ପରେ କହିଛନ୍ତି, କେବେ ହେଲେ ବି ଭାରତୀୟମାନଙ୍କୁ ନୂନ୍ୟ କରି ଦେଖିବା ଠିକ୍‌ ନୁହେଁ। ଏହା ଗୋଟିଏ ଅଭୂତ ପୂର୍ବ ଟେଷ୍ଟ ସିରିଜ୍‌ ଥିଲା। ଶେଷରେ ଜଣେ ଜିତେ ଓ ଜଣେ ହାରେ। ଆଜି ଟେଷ୍ଟ କ୍ରିକେଟ ଜିତିଛି। ଏହା ଆମକୁ ଅନେକ ସମୟ ଧରି କଷ୍ଟ ଦେବ।

ଭାରତ ସବୁ ଶ୍ରେୟର ଅଧିକାରୀ। ସେମାନେ ଅତ୍ୟନ୍ତ ଭଲ ଖେଳିଲେ। କିନ୍ତୁ ଆମେ ଏହି ସିରିଜ୍‌ରୁ ଅନେକ କିଛି ଶଖିବାକୁ ପାଇଛୁ। କେବେ ହେଲେ ଭାରତୀୟଙ୍କୁ ନୂନ୍ୟ କରି ଦେଖିବା ଠିକ୍‌ ନୁହେଁ। ଭାରତୀୟଙ୍କୁ ହାଲୁକା ଭାବେ ଗ୍ରହଣ କରିବା ଆମର ବଡ଼ ଭୁଲ। ଭାରତର ଜନସଂଖ୍ୟା ୧୫୦ କୋଟି।

ସେମାନଙ୍କ ମଧ୍ୟରୁ ଆପଣମାନେ ଚୂଡ଼ାନ୍ତ ଏକାଦଶରେ ରହି ଖେଳୁଛନ୍ତିମାନେ, ଆପଣ ବେଶ ଶକ୍ତିଶାଳୀ। ଆଡେଲେଡ୍‌ରେ ଟିମ୍‌ ଇଣ୍ଡିଆ ୩୬ ରନ୍‌ରେ ଅଲଆଉଟ ହେବା ପରେ ଜରବଦସ୍ତ କମବ୍ୟାକ କରିଛି। ବିଶେଷ କରି ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବଡ଼ ଖେଳାଳିଙ୍କ ଅନୁପସ୍ଥିତିରେ ଦଳର ଏଭଳି ପ୍ରଦର୍ଶନ ନିଶ୍ଚିତ ପ୍ରଶଂସାର ହକଦାର।

ଭାରତୀୟ ଦଳର ଯେତେବ ପ୍ରଶଂସା କଲେ ମଧ୍ୟ କମ। ପ୍ରଥମ ମ୍ୟାଚ୍‌କୁ ୩ ଦିନରେ ହାରିବା ପରେ ମଧ୍ୟ ସେମାନେ ଆତ୍ମବିଶ୍ୱାସ ଛାଡ଼ି ନଥିଲେ। ଆମକୁ ଭଲ ଶିକ୍ଷା ମିଲିଲା। ଆମେ କେବେ ବି ଭାରତୀୟଙ୍କୁ ଆଉ ହାଲୁକା ଭାବେ ନେବୁନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।