କାନ୍ବେରା: ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଡ୍ୟାରେନ୍ ଲେହମ୍ୟାନ୍ନ୍ଙ୍କ କାର୍ଯ୍ୟକାଳ ଆସନ୍ତା ୨୦୧୯ ଯାଏଁ ବୃଦ୍ଧି କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ।
ଆସନ୍ତାବର୍ଷ ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲିଆ ଦଳକୁ ବିଜୟ ଦେବେ ବୋଲି ସେ କହିଛନ୍ତି। ଦଳର ଦୋଷ ଓ ତ୍ରୁଟିକୁ ନିରୀକ୍ଷଣ କରି ପ୍ରଦର୍ଶନ କିପରି ଉନ୍ନତି ହେବ ତା’ଉପରେ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।
ଅଷ୍ଟ୍ରେଲିଆ ଗତ ୭ଟି ଟେଷ୍ଟ ମ୍ୟାଚ୍ରେ ପରାଜିତ ହୋଇଛି। ଏହାମଧ୍ୟରେ ଗତ ସପ୍ତାହରେ ଶ୍ରୀଲଙ୍କାଠାରୁ ୧୦୬ ରନ୍ରେ ପରାଜୟ ରହିଛି। ଦଳ ବିଜୟ ଧାରାକୁ କିପରି ଫେରିବ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
୨୦୧୩ରେ ଲେହମାନ ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ। ସେହି ବର୍ଷ ଇଂଲଣ୍ଡରେ ଆସେସ୍ ସିରିଜ୍ ଓ ଆଇସିସି ବିଶ୍ୱକପ୍ରେ ଦଳ ଭଲ ପ୍ରଦର୍ଶନ କରିଥିଲା ଦଳ। ଆସନ୍ତା ବର୍ଷ ଜାନୁଆରୀ-ଫେବ୍ରୁଆରୀରେ ଅଷ୍ଟ୍ରେଲିଆ ଭାରତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।