ପ୍ରଥମଥର ବିଶ୍ୱକପ୍ ଖେଳିବେ ଏହି ସବୁ ଖେଳାଳି

ଲଣ୍ଡନ: ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ଦ୍ୱାଦଶ ଆଇସିସି ବିଶ୍ୱକପରେ ୧୦ ଟିମ୍ ଭାଗ ନେଉଛନ୍ତି। ବିଶ୍ୱକପରେ ୧୦ ଟିମର ମୋଟ ୧୫୦ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ, ଯେଉଁଥିରେ ପ୍ରାୟ ୮୦ଜଣ ଖେଳାଳି ପ୍ରଥମଥର ପାଇଁ ବିଶ୍ୱକପରେ ଡେବ୍ୟୁ କରିବେ। ଏମାନଙ୍କ ମଧ୍ୟରୁ ଅନୂନ୍ୟ ୮ଜଣ ଖେଳାଳି ୧୦ରୁ କମ୍ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତେଣୁ ପଦାର୍ପଣ କରିବାକୁଥିବା ଏହି ଖେଳାଳିମାନଙ୍କ ମଧ୍ୟରୁ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ, ତା’ ଉପରେ ସମସ୍ତଙ୍କ ନଜର […]

wc

wc

Hemant Lenka
  • Published: Friday, 24 May 2019
  • Updated: 24 May 2019, 08:19 PM IST

Sports

Latest News

ଲଣ୍ଡନ: ମେ' ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ଦ୍ୱାଦଶ ଆଇସିସି ବିଶ୍ୱକପରେ ୧୦ ଟିମ୍ ଭାଗ ନେଉଛନ୍ତି। ବିଶ୍ୱକପରେ ୧୦ ଟିମର ମୋଟ ୧୫୦ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ, ଯେଉଁଥିରେ ପ୍ରାୟ ୮୦ଜଣ ଖେଳାଳି ପ୍ରଥମଥର ପାଇଁ ବିଶ୍ୱକପରେ ଡେବ୍ୟୁ କରିବେ। ଏମାନଙ୍କ ମଧ୍ୟରୁ ଅନୂନ୍ୟ ୮ଜଣ ଖେଳାଳି ୧୦ରୁ କମ୍ ଦିନିକିଆ ମ୍ୟାଚ୍ ଖେଳିଛନ୍ତି।

ତେଣୁ ପଦାର୍ପଣ କରିବାକୁଥିବା ଏହି ଖେଳାଳିମାନଙ୍କ ମଧ୍ୟରୁ କେଉଁ ଖେଳାଳି ଭଲ ପ୍ରଦର୍ଶନ କରିବେ, ତା' ଉପରେ ସମସ୍ତଙ୍କ ନଜର ରହିବ। ପ୍ରାୟ ସମସ୍ତ ୧୦ଟି ଯାକ ଟିମରେ ଏଭଳି କିଛି ଖେଳାଳି ଅଛନ୍ତି, ଯେଉଁମାନେ ନିଜର ପ୍ରଥମ ବିଶ୍ୱକପ୍ ଖେଳିବେ। ତେଣୁ ଆସନ୍ତୁ ନଜର ପକାଇବା, କେଉଁ ଟିମର ସର୍ବାଧିକ ଖେଳାଳି ଏଥର ବିଶ୍ୱକପରେ ଡେବ୍ୟୁ କରିବେ।

ଭାରତ: ବିଶ୍ୱର ଦୁଇ ନମ୍ବର ଟିମ୍ ଭାରତରେ ୭ଜଣ ଖେଳାଳି ପ୍ରଥମଥର ବିଶ୍ୱକପରେ ଖେଳିବେ। ଭାରତୀୟ ଟିମରେ ସାମିଲ୍ ଦିନେଶ କାର୍ତ୍ତିକ ୨୦୦୭ ବିଶ୍ୱକପରେ ସ୍ଥାନ ପାଇଥିଲେ, କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ। ଏଥର ବିଶ୍ୱକପରେ ସ୍ଥାନ ପାଇଥିବା କିଛି ନୂଆ ଖେଳାଳି ହେଲେ ବିଜୟ ଶଙ୍କର, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, ଯଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ। ଭାରତ ତା'ର ପ୍ରଥମ ମ୍ୟାଚ୍ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

ଅଷ୍ଟ୍ରେଲିଆ: ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟିମର ୯ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବେ। ଅଷ୍ଟ୍ରେଲିଆ ତା'ର ପ୍ରଥମ ମୁକାବିଲା ଜୁନ୍ ୧ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଅଷ୍ଟ୍ରେଲିଆରେ ସାମିଲ ଏହି ୯ ଖେଳାଳିମାନେ ହେଲେ ଉସମାନ୍ ଖୱାଜା, ଶନ୍ ମାର୍ଶ, ମାର୍କସ୍ ଷ୍ଟୋଇନିସ୍, ଝାଇ ରିଚାର୍ଡସନ, ଆଲେକ୍ସ କ୍ୟାରି, ନେଥନ କୁଲ୍ଟର-ନାଇଲ୍, ଜେସନ୍ ବେହରେନଡର୍ଫ, ଆଡାମ ଜାମ୍ପା, ନେଥନ ଲିୟନ୍।

ଇଂଲଣ୍ଡ: ଟାଇଟଲର ପ୍ରବଳ ଦାବିଦାର ଏବଂ ବିଶ୍ୱର ଏକ ନମ୍ବର ଟିମ୍ ଇଂଲଣ୍ଡ ଟିମରେ ୭ଜଣ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବାକୁ ଓହ୍ଲାଇବେ। ଏହି ଖେଳାଳିମାନଙ୍କ ମଧ୍ୟରେ ଜେସନ୍ ରୟ, ଜୋ ଡେନଲୀ, ଟମ୍ କରାନ୍, ଜନ୍ନି ବେୟାରଷ୍ଟୋ, ଆଦିଲ୍ ରଶିଦ୍, ଲିଆମ୍ ପ୍ଲଙ୍କେଟ୍ ଓ ମାର୍କ ଉଡ୍ ସାମିଲ୍ ଅଛି। ୩୦ ତାରିଖରେ ହେବାକୁଥିବା ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ୱେଷ୍ଟଇଣ୍ଡିଜ୍: ଦୁଇଥରର ବିଜେତା ୱେଷ୍ଟଇଣ୍ଡିଜ୍ ଟିମ୍ ତା'ର ପ୍ରଥମ ମ୍ୟାଚ୍ ୩୧ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। କ୍ୟାରିବିୟାନ୍ ଟିମରେ ୯ ଖେଳାଳି ବିଶ୍ୱକପରେ ଡେବ୍ୟୁ କରିବେ। ସେମାନେ ହେଲେ ଏଭିନ୍ ଲୁଲସ୍, ଶିମରନ୍ ହେଟମେୟର, ଆଶଲେ ନର୍ସ, ଫାବିଏନ୍ ଆଲେନ୍, କାର୍ଲସ୍ ବ୍ରେଥୱେଟ୍, ନିକୋଲାସ ପୁରାନ୍, ଶାଇ ହୋପ୍, ଓଶାନି ଥୋମାସ, ଶାନନ୍ ଗାବ୍ରିଏଲ୍।

ନ୍ୟୁଜିଲ୍ୟାଣ୍ଡ୍: ଗତ ସଂସ୍କରଣର ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡ୍ ଜୁନ୍ ୧ ତାରିଖରେ ତା'ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। କିୱି ଟିମରେ ୮ଜଣ ଖେଳାଳି ଯଥା କଲିନ୍ ଡି'ଗ୍ରାଣ୍ଡହୋମ୍, କଲିନ୍ ମୁନରୋ, ଜେମ୍ସ ନିଶାମ, ମିଚେଲ୍ ସାଣ୍ଟନର, ଟମ୍ ବ୍ଲଣ୍ଡେଲ୍, ହେନରୀ ନିକୋଲ୍ସ, ଲକି ଫର୍ଗୁସନ୍ ଓ ଈଶ ସୋଢୀ ବିଶ୍ୱକପରେ ପ୍ରଥମଥର ଖେଳିବେ।

ପାକିସ୍ତାନ: ମେ' ୩୧ ତାରିଖରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ। ପାକିସ୍ତାନ ଟିମରେ ୯ଜଣ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବେ। ଏହି ତାଲିକାରେ ଫକର ଜମାନ୍, ଇମାମ-ଉଲ୍-ହକ୍, ବାବର ଆଜମ, ଆସିଫ୍ ଅଲୀ, ଶାଦାବ ଖାନ୍, ଇମାଦ୍ ୱାସିମ୍, ଶାହୀନ ଆଫ୍ରିଦି, ହାସାନ୍ ଅଲୀ, ମହମ୍ମଦ ହସନେନ୍ ସାମିଲ୍ ଅଛନ୍ତି।

ଦକ୍ଷିଣ ଆଫ୍ରିକା: 'ଚୋକର୍ସ' ପାଇଁ ପରିଚିତ ଦକ୍ଷିଣ ଆଫ୍ରିକା ଟିମରେ ୮ଜଣ ଏଭଳି ଖେଳାଳି ଅଛନ୍ତି, ଯେଉଁମାନେ ପ୍ରଥମଥର ବିଶ୍ୱକପ୍ ଖେଳିବେ। ଏଥିରେ ଆଇଡେନ୍ ମର୍କରାମ, ରାସି ଭାନ୍ ଡର୍ ଡୁସେନ୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, ଲୁଙ୍ଗି ଏନଗିଡି, ଆନରିଚ୍ ନୋର୍ଟଜେ, କାଗିସୋ ରବାଡା ଓ ତାବରେଜ୍ ସାମସୀ ସାମିଲ୍ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଟିମରେ ନୋର୍ଟଜେଙ୍କୁ ସାମିଲ୍ କରାଯାଇଛି। କିନ୍ତୁ ଆହତ ଯୋଗୁ ତାଙ୍କ ବଦଳରେ କ୍ରିସ୍ ମୋରିସଙ୍କୁ ସାମିଲ୍ କରାଯାଇଛି। ତେଣୁ ନୋର୍ଟଜେଙ୍କ ବାଦ୍ ହେବା ଦ୍ୱାରା ମୋରିସଙ୍କର ଏହା ପ୍ରଥମ ବିଶ୍ୱକପ୍ ହେବ।

ଶ୍ରୀଲଙ୍କା: ଶ୍ରୀଲଙ୍କା ଟିମରେ ସାମିଲ୍ ୭ ଜଣ ଚଳିତ ବିଶ୍ୱକପରେ ପଦାର୍ପଣ କରିବେ। ଟିମରେ ଅଭିସ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି'ସିଲଭା, ଇସୁରୁ ଉଦାନା, ମିଲିନ୍ଦା ସିରିବର୍ଦ୍ଧନା, କୁଶଲ ମେଣ୍ଡିସ୍, ଜେଫରୀ ଭାଣ୍ଡରସେ ଓ ନୁୱନ୍ ପ୍ରଦୀପ ପ୍ରଥମଥର ବିଶ୍ୱକପ୍ ଖେଳିବେ। ବିଶ୍ୱକପରେ ଶ୍ରୀଲଙ୍କା ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଜୁନ୍ ୧ ତାରିଖରେ ଭେଟିବ।

ବାଂଲାଦେଶ: ବିପର୍ଯ୍ୟୟ ଘଟାଇବାରେ ମାହିର୍ ବାଂଲାଦେଶ ଟିମରେ ୭ଜଣ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବେ। ସେମାନେ ହେଲେ ମହମ୍ମଦ ସୈଫୁଦ୍ଦିନ, ମୋସାଡେକ୍ ହୁସେନ୍, ମେହିଦି ହାସନ୍, ମହମ୍ମଦ ମିଥୁନ୍, ଲିଟନ୍ ଦାସ, ମୁସ୍ତାଫିଜୁର୍ ରେହମାନ୍, ଆବୁ ଜାୟେଦ୍। ବିଶ୍ୱକପରେ ବାଂଲାଦେଶ ତା'ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

ଆଫଗାନିସ୍ତାନ: ବିଶ୍ୱକପର ସବୁଠାରୁ ଚର୍ଚ୍ଚିତ ଟିମ୍ ଆଫଗାନିସ୍ତାନ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜୁନ୍ ୧ ତାରିଖରେ ତା'ର ପ୍ରଥମ ମ୍ୟାଚ୍ ଖେଳିବ। ଆଫଗାନିସ୍ତାନ ଟିମରେ ୭ଜଣ ଖେଳାଳି ଯଥା ମୁଜୀବ-ଉର୍-ରେହମାନ, ରଶିଦ୍ ଖାନ୍, ମହମ୍ମଦ ଶେହଜାଦ୍, ରେହମତ୍ ଶାହ, ହଶମତୁଲ୍ଲା ଶାହିଦି, ହଜରତୁଲ୍ଲା ଜାଜାଇ ଓ ନୂର୍ ଅଲୀ ଜର୍ଦାନ୍ ପ୍ରଥମଥର ବିଶ୍ୱକପ୍ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story