ମ୍ୟାଚ୍‌ ଓ ସିରିଜ୍‌ ହାରିବାର କାରଣ କହିଲେ ବାଂଲାଦେଶ ଅଧିନାୟକ

ନାଗପୁର: ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିବା ପରେ ଲଗାତାର ଦୁଇଟି ମ୍ୟାଚ୍‌ ହାରି ସିରିଜ ହାତଛଡ଼ା କରିଛି ବାଂଲାଦେଶ। ତେବେ ବାଂଲାଦେଶ ମ୍ୟାଚ୍‌ ଓ ସିରିଜ ହାରିବା ପଛର କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ଦଳର ଅଧିନାୟକ ମହମଦୁଲ୍ଲା ରିୟାଦ। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ବାଂଲାଦେଶ ପାଖରେ ସୁଯୋଗ ଥିଲେ ହେଁ ଦଳ ଶେଷରେ ଭାରତ ଠାରୁ ୩୦ ରନ୍‌ରେ ପରାସ୍ତ ହୋଇଛି। ମହମଦୁଲ୍ଲା କହିଛନ୍ତି, “ଆମ ପାଖରେ ମ୍ୟାଚ […]

d

d

Hemant Lenka
  • Published: Monday, 11 November 2019
  • Updated: 11 November 2019, 05:54 PM IST

Sports

Latest News

ନାଗପୁର: ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିବା ପରେ ଲଗାତାର ଦୁଇଟି ମ୍ୟାଚ୍‌ ହାରି ସିରିଜ ହାତଛଡ଼ା କରିଛି ବାଂଲାଦେଶ। ତେବେ ବାଂଲାଦେଶ ମ୍ୟାଚ୍‌ ଓ ସିରିଜ ହାରିବା ପଛର କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ଦଳର ଅଧିନାୟକ ମହମଦୁଲ୍ଲା ରିୟାଦ। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ବାଂଲାଦେଶ ପାଖରେ ସୁଯୋଗ ଥିଲେ ହେଁ ଦଳ ଶେଷରେ ଭାରତ ଠାରୁ ୩୦ ରନ୍‌ରେ ପରାସ୍ତ ହୋଇଛି।

ମହମଦୁଲ୍ଲା କହିଛନ୍ତି, “ଆମ ପାଖରେ ମ୍ୟାଚ ଜିତିବାକୁ ସୁଯୋଗ ଥିଲା। ଆମକୁ ଗୋଟିଏ ସମୟରେ ୩୦ଟି ବଲରେ ୪୯ ରନ୍‌ ଦରକାର ଥିଲା। କିନ୍ତୁ ଆମେ ଆମ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିଲୁ ନାହିଁ। ନିୟମିତ ଭାବେ ୱିକେଟ ହରାଇବା ଆମ ପାଇଁ ମହଙ୍ଗା ପଡ଼ିଲା। ଶେଷରେ ଆମେ ମ୍ୟାଚରେ ପରାସ୍ତ ହୋଇଛୁ। ମହମ୍ମଦ ନଇମି ଓ ମହମ୍ମଦ ମିଥୁନ ୯୮ ରନ୍‌ର ଭାଗିଦାରୀ କରିଥିଲେ। କିନ୍ତୁ ବରିଷ୍ଠ ଖେଳାଳିମାନେ ଏହି ଭାଗିଦାରୀର ଫାଇଦା ଉଠାଇ ପାରିଲେ ନାହିଁ।

ଯଦି ଆମେ ମ୍ୟାଚ୍‌ ଜିତିଥାଆନ୍ତୁ, ତା’ହେଲେ ୮୧ ରନ୍‌ କରିଥିବା ନଇମଙ୍କୁ ସମସ୍ତ ଶ୍ରେୟ ଯାଇଥାଆନ୍ତା। ଆମେ ପୂର୍ବରୁ ମଧ୍ୟ ଅନେକ ସମୟରେ ଏମିତି ଭୁଲ କରିବାର ନଜିର ରହିଛି। ଏଭଳି ସ୍ଥିତିରେ ବଡ଼ବଡ଼ ଟିମ୍‌ ଗୁଡ଼ିକ ଆମ ଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରନ୍ତି।

ନାଗପୁର ପିଚ୍‌ରେ ଚେଜ୍‌ କରି ବିଜୟୀ ହେବା ସହଜ ଥିଲା। ବୋଲରମାନେ ଭାରତ ଭଳି ଟିମ୍‌କୁ ୧୭୪ରେ ଅଟକାଇ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ସମ୍ପାଦନ କରିଥିଲେ। ହେଲେ ବ୍ୟାଟସମ୍ୟାନ୍‌ମାନେ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରି ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story