ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଦୁଇ ଭାରତୀୟ

ଉଲାନ-ଉଦେ(ରୁଷ): ଭାରତ ଦୁଇ ପ୍ରସିଦ୍ଧ ବକ୍ସର ଯମୁନା ବୋରୋ ଓ ଲଭଲିନା ବୋରଗୋହାନି ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୫୪ କେଜି ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ ଯମୁନାଙ୍କ ମୁକାବିଲା ପୂର୍ବତନ ବିଶ୍ୱ ଚାମ୍ପିୟନ କ୍ୱିଡାଡ ଫଉଙ୍କ ସହ ହୋଇଥିଲା। ତେବେ ଯମୁନା ତାଙ୍କୁ ଜଳକା କରି ୫-୦ରେ ମ୍ୟାଚ୍‌ଟିକୁ ଜିତି ନେଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୨ ବର୍ଷୀୟ ଯମୁନା ପ୍ରଥମଥର ପାଇଁ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାଗ […]

q

q

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 03:55 PM IST

Sports

Latest News

ଉଲାନ-ଉଦେ(ରୁଷ): ଭାରତ ଦୁଇ ପ୍ରସିଦ୍ଧ ବକ୍ସର ଯମୁନା ବୋରୋ ଓ ଲଭଲିନା ବୋରଗୋହାନି ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୫୪ କେଜି ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ ଯମୁନାଙ୍କ ମୁକାବିଲା ପୂର୍ବତନ ବିଶ୍ୱ ଚାମ୍ପିୟନ କ୍ୱିଡାଡ ଫଉଙ୍କ ସହ ହୋଇଥିଲା। ତେବେ ଯମୁନା ତାଙ୍କୁ ଜଳକା କରି ୫-୦ରେ ମ୍ୟାଚ୍‌ଟିକୁ ଜିତି ନେଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

୨୨ ବର୍ଷୀୟ ଯମୁନା ପ୍ରଥମଥର ପାଇଁ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାଗ ନେଇଛନ୍ତି। ସେ ପ୍ରଥମ ରାଉଣ୍ଡରୁ ହିଁ ଆକ୍ରମଣାତ୍ମ ଖେଳ ପ୍ରଦର୍ଶନ କରିଥିଲେ। ଆଲେଜେରିଆର କ୍ୱିଡାଡଙ୍କ ଅପେକ୍ଷା ଯମୁନାଙ୍କ ପଞ୍ଚ ବେଶ ଶକ୍ତିଶାଳୀ ଓ ଟାର୍ଗେଟରେ ହିଟ୍‌ କରୁଥିଲା।

ଶେଷରେ ଯମୁନା ୨୯-୨୮, ୩୦-୨୭, ୩୦-୨୭, ୩୦-୨୭ ଓ ୩୦-୨୭ ମ୍ୟାଚ୍‌ଟିକୁ କବଜା କରି ନେଇଥିଲେ। ଯମୁନା କ୍ୱାର୍ଟର ଫାଇନାଲରେ ୟୁରୋପ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ବିଜେତା ବେଲାରୁସର ୟୁଲିୟା ଆପନାସୋଭିକ୍‌ଙ୍କୁ ଭେଟିବେ।

ଅନ୍ୟପକ୍ଷରେ ଲଭଲିନା ୬୯ କେଜି ବର୍ଗରେ ମୋରକୋର ବେଲ ଅହବିବିଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ଗତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା ପ୍ରଥମ ୩ଟି ରାଉଣ୍ଡରେ ନିଜର ଦବଦବା ଦେଖାଇଥିଲେ। ପରବର୍ତ୍ତୀ ଦୁଇଟି ରାଉଣ୍ଡରେ ଅହବିବି କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ଏହାକୁ ଲଭଲିନା କରାଇ ଦେଇ ନଥିଲେ।

ଶେଷରେ ସେ ମ୍ୟାଚ୍‌ଟିକୁ ୨୯-୨୮, ୩୦-୨୭, ୨୯-୨୮, ୩୦-୨୭, ୨୯-୨୮ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଉଜବେକିସ୍ତାନର ଶଖନୋଜଙ୍କୁ ଭେଟିବେ। ଏହି କ୍ୱାର୍ଟର ଫାଇନାଲ ଜିତିବା ପରେ ହିଁ ଭାରତ ପଦକ ହାସଲ କରିବା ପକ୍କା ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos