ମହିଳା ଟି-ଟ୍ୱେଣ୍ଟି ସିରିଜ୍: ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଭାରତ

ଆଡିଲେଡ୍: ସାଧାରଣତନ୍ତ୍ର ଦିବସ ଅବସରରେ ଆଡିଲେଡରେ ଆଜି ଭାରତକୁ ମିଳିଛି ଡବଲ୍ ଖୁସି। ଗୋଟିଏ ପଟେ ଭାରତୀୟ ପୁରୁଷ ଦଳ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ମହିଳା ଦଳ ବି ପଛରେ ପଡିଯାଇନି। ମହିଳା ଟିମ୍ ବି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଦଳ ୫ ୱିକେଟରେ ଜିତି ଯାଇଛି ସିରିଜର ପ୍ରଥମ ମ୍ୟାଚ।

ଭାରତ ପକ୍ଷରୁ ନିମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୧୪୦ ରନ ଟାର୍ଗେଟ ଦେଇଥିଲା। ଦଳ ପକ୍ଷରୁ ବେଥ୍ ମୋନ୍ନୀ ୩୮ ବଲରୁ ୩୬ ରନ୍, ଆଲେକ୍ସ ବ୍ଲାକୱେଲ୍ ୨୨ ବଲରୁ ଅପରାଜିତ ୨୭ ଓ ହେଲି ୧୫ ବଲରୁ ଅପରାଜିତ ୪୧ ରନ କରିଥିଲେ। ଭାରତ ପକ୍ଷରୁ ପୁନମ୍ ଯାଦବ୍ ୨ଟି ୱିକେଟ, ଏ ଏ ପାଟିଲ, ଶିଖା ପାଣ୍ଡେ ଓ ଝୁଲନ୍ ଗୋସ୍ୱାମୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଭାରତୀୟ ଦଳ ଟାର୍ଗେଟକୁ ପିଛା କରି ୧୮.୪ ଓଭରରେ ୫ଟି ୱିକେଟ ହରାଇ ୧୪୧ ରନ ସଂଗ୍ରହ କରି ନେଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ କୌରଙ୍କ ୩୧ ବଲରୁ ୪୬ ରନ, ଭେଦା କ୍ରୀଷ୍ଣାମୂର୍ତ୍ତି ୩୨ ବଲରୁ ୩୫, ଏସଏସ ମାନ୍ଧାନା ୨୫ ବଲରୁ ୨୯ ରନ କରି ଭାରତକୁ ବିଜୟୀ କରାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମେଗମ୍ ସ୍କିହୁଟ୍ ଓ ଜେସ ଜୋନାସସେନ୍ ୨ଟି ଲେଖାଏଁ ଓ ରାନେ ଫାରେଲ୍ ଗୋଟିଏ ୱିକେଟ ନେଇଥିଲେ।

ହରମନପ୍ରୀତ କୌରଙ୍କୁ ‘ମ୍ୟାଚ ଅଫ୍ ଦି ମ୍ୟାଚ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଆସନ୍ତା ଶୁକ୍ରବାର ଦିନ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ମେଲବୋର୍ଣ୍ଣରେ ଭେଟିବ।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ