ଡିଫେଣ୍ଡିଂ ଚାମ୍ପିୟନ ୱଜନିଆକିଙ୍କୁ ବିଦା କଲେ ସାରାପୋଭା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନରେ ଆଜି ବଡ଼ ବିପର୍ଯ୍ୟୟ ଘଟିଛି। ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍‌ କ୍ୟାରୋଲିନା ୱଜନିଆକି। ତାଙ୍କୁ ମାରିଆ ସାରାପୋଭା ପରାସ୍ତ କରି ଏଭଳି ବିପର୍ଯ୍ୟୟ ଘଟାଇଛନ୍ତି। ୩୧ ବର୍ଷୀୟ ସାରାପୋଭା ମ୍ୟାଚ୍‌ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତେବେ ୱଜନିଆକି ଦ୍ୱିତୀୟ ସେଟ୍‌ରେ କମ୍‌ବ୍ୟାକ୍‌ କରି ୬-୪ରେ ସେଟ୍‌ଟିକୁ ହାତେଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଖେଳାଳି ପରସ୍ପରକୁ କଡ଼ା ଟକ୍କର […]

uu

uu

Hemant Lenka
  • Published: Friday, 18 January 2019
  • Updated: 18 January 2019, 03:11 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନରେ ଆଜି ବଡ଼ ବିପର୍ଯ୍ୟୟ ଘଟିଛି। ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍‌ କ୍ୟାରୋଲିନା ୱଜନିଆକି। ତାଙ୍କୁ ମାରିଆ ସାରାପୋଭା ପରାସ୍ତ କରି ଏଭଳି ବିପର୍ଯ୍ୟୟ ଘଟାଇଛନ୍ତି।

୩୧ ବର୍ଷୀୟ ସାରାପୋଭା ମ୍ୟାଚ୍‌ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ସେଟ୍‌କୁ ୬-୪ରେ ଜିତି ନେଇଥିଲେ। ତେବେ ୱଜନିଆକି ଦ୍ୱିତୀୟ ସେଟ୍‌ରେ କମ୍‌ବ୍ୟାକ୍‌ କରି ୬-୪ରେ ସେଟ୍‌ଟିକୁ ହାତେଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।

ତେବେ ସାରାପୋଭା ବେଶ ଚତୁରତାର ସହ ସର୍ଭିସ ବ୍ରେକ୍‌ କରିବା ସହ ୬-୩ରେ ସେଟ୍‌ଟିକୁ ଜିତି ନେଇଥିଲେ। ଏହି ବିଜୟ ପରେ ସାରାପୋଭା ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos