ମାଲେସିଆ ମାଷ୍ଟର୍ସ ସେମିରେ ସିନ୍ଧୁ ଓ ଶ୍ରୀକାନ୍ତ

ପେନଙ୍ଗ (ମାଲେସିଆ): ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନରେ ଭାରତୀୟ ଖେଳାଳି ପି.ଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଶୁକ୍ରବାର ସେମାନଙ୍କ ନିଜ ନିଜ ବର୍ଗରେ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି।

ତୃତୀୟ ସିଡର ସିନ୍ଧୁ ମହିଳା ସିଙ୍ଗଲ୍ସର ଏକ କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆର ଲିଣ୍ଡାୱେନି ଫନେତ୍ରିଙ୍କୁ ୨୧-୧୦, ୨୧-୧୦ରେ ପରାସ୍ତ କରିଛନ୍ତି। ୱାର୍ଲ୍ଡ ଚାମ୍ପିଅନସିପରେ ଦୁଇ ଥର ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁ ସେମି ଫାଇନାଲରେ କୋରିଆର ଟପ୍ ସିଡ୍ ସଙ୍ଗ ଜି ହ୍ୟୁନ୍ ଅବା ଜାପାନର ୫ମ ସିଡର ସାୟକା ସାତୋଙ୍କୁ ଭେଟିବେ।

ସେହିପରି ପୁରୁଷ ବର୍ଗରେ ଶ୍ରୀକାନ୍ତ ଚୀନର ହୁଆଙ୍ଗ ଜିଆଙ୍ଗଙ୍କୁ ୨୧-୧୫, ୨୧-୧୪ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ମାତ୍ର ୩୩ ମିନିଟରେ ସେ ହୁଆଙ୍ଗଙ୍କୁ ପରାସ୍ତ କରି ଦେଇଥିଲେ। ସେ ଆସନ୍ତାକାଲି ସେମି ଫାଇନାଲରେ ମାଲେସିଆର ଇସ୍କନ୍ଦର ଜୁଲକରନୈନ ଜୈନୁଦ୍ଦିନଙ୍କୁ ଭେଟିବେ।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ