ମାତ୍ର ୬ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ଦୁବାଇ: ମହିଳା ଟି-୨୦ରେ ସବୁଠାରୁ ଅଳ୍ପ ରନ୍‌ ହେବାର ରେକର୍ଡ ସୃଷ୍ଟି ହୋଇଛି। ରୱାନଡନ୍‌ର କିଗାଲି ସହରରେ ଚାଲିଥିବା ମହିଳା ଟି-୨୦ରେ ମାଲି ଦଳ ମାତ୍ର ୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

କ୍ୱିବୁକା ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ମଙ୍ଗଳବାର ମାଲି ଓ ରୱାନଡନ୍‌ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏହି ମ୍ୟାଚ୍‌ରେ ମାଲି ମାତ୍ର ୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମାଲିର ଖେଳାଳିମାନେ ୯ ଓଭର୍‌ ମଧ୍ୟରେ ଅଲଆଉଟ୍‌ ହୋଇଯାଇଥିଲେ। ତେବେ ଏହି ୯ ଓଭର୍‌ ମଧ୍ୟରେ ଦଳର ଖେଳାଳିମାନେ ୬ ରନ୍‌ ହିଁ ସଂଗ୍ରହ ହୋଇପାରି ଥିଲା।

ଏହି ୬ ରନ୍‌ ମଧ୍ୟରୁ କେବଳ ଗୋଟିଏ ରନ୍‌ ବ୍ୟାଟ୍‌ରୁ ଆସିଥିବା ବେଳେ ବାକି ୫ ରନ୍‌ ଅତିରିକ୍ତ ଭାବେ ଦଳକୁ ମିଳିଥିଲା।
୭ ରନ୍‌ର ଟାର୍ଗେଟ ପାଇଥିବା ରୱାନଡନ୍‌ ୪ଟି ବଲ୍‌ରେ ବିଜୟୀ ହୋଇଥିଲା।