ମ୍ୟାରିକମଙ୍କୁ ମିଳିଲା ସମ୍ମାନଜନକ ‘ଓଏଲୱାଇ’ ଟାଇଟଲ

ନୂଆଦିଲ୍ଲୀ: ଭାରତର ବକ୍ସିଂ ଆଇକନ ମ୍ୟାରିକମ୍‌ଙ୍କୁ ବିଶ୍ୱ ଅଲିମ୍ପିଆନ ଆସୋସିଏସ୍‌ନ(ଡବ୍ଲ୍ୟୁଓଏ) ପକ୍ଷରୁ ଓଏଲୱାଇ ଟାଇଟଲ ମିଳିଛି। ଓଏଲୱାଇ ହେଉଛି ଜଣେ କ୍ରୀଡ଼ାବିତଙ୍କ ପାଇଁ ସମ୍ମାନଜନକ ପଦ। ଯେଉଁ ଖେଳାଳିମାନେ ଅଲିମ୍ପିକର ମହତ୍ତ୍ୱ ଓ ମହାନତା କଥା ସମାଜରେ ପ୍ରଚାର କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଅଲମ୍ପିଆନ୍‌ ଭାବେ ଉଦାହରଣ ଭାବେ ଛିଡ଼ା ହୁଅନ୍ତି, ତାଙ୍କର ମର୍ଯ୍ୟାଦା ପାଇଁ ଓଏଲୱାଇ ଟାଇଟଲ ପ୍ରଦାନ କରାଯାଇଥାଏ। ଆଜି ମ୍ୟାରିକମ ଟ୍ୱିଟର ଯୋଗେ ଡବ୍ଲ୍ୟୁଓଏ ପକ୍ଷରୁ ତାଙ୍କୁ ମିଳିଥିବା ଓଏଲୱାଇ ପ୍ରମାଣପତ୍ରକୁ […]

m

m

Hemant Lenka
  • Published: Thursday, 07 November 2019
  • Updated: 07 November 2019, 05:18 PM IST

ନୂଆଦିଲ୍ଲୀ: ଭାରତର ବକ୍ସିଂ ଆଇକନ ମ୍ୟାରିକମ୍‌ଙ୍କୁ ବିଶ୍ୱ ଅଲିମ୍ପିଆନ ଆସୋସିଏସ୍‌ନ(ଡବ୍ଲ୍ୟୁଓଏ) ପକ୍ଷରୁ ଓଏଲୱାଇ ଟାଇଟଲ ମିଳିଛି। ଓଏଲୱାଇ ହେଉଛି ଜଣେ କ୍ରୀଡ଼ାବିତଙ୍କ ପାଇଁ ସମ୍ମାନଜନକ ପଦ। ଯେଉଁ ଖେଳାଳିମାନେ ଅଲିମ୍ପିକର ମହତ୍ତ୍ୱ ଓ ମହାନତା କଥା ସମାଜରେ ପ୍ରଚାର କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଅଲମ୍ପିଆନ୍‌ ଭାବେ ଉଦାହରଣ ଭାବେ ଛିଡ଼ା ହୁଅନ୍ତି, ତାଙ୍କର ମର୍ଯ୍ୟାଦା ପାଇଁ ଓଏଲୱାଇ ଟାଇଟଲ ପ୍ରଦାନ କରାଯାଇଥାଏ।

ଆଜି ମ୍ୟାରିକମ ଟ୍ୱିଟର ଯୋଗେ ଡବ୍ଲ୍ୟୁଓଏ ପକ୍ଷରୁ ତାଙ୍କୁ ମିଳିଥିବା ଓଏଲୱାଇ ପ୍ରମାଣପତ୍ରକୁ ଶେୟାର କରିଛନ୍ତି। ଏଥିସହ ଏହି ସମ୍ମାନଜନକ ଟାଇଟଲ ପାଇଁ ଡବ୍ଲ୍ୟୁଓଏକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

୬ଥର ବିଶ୍ୱ ବିଜେତା ହୋଇ ରେକର୍ଡ କରିଥିବା ମ୍ୟାରିକମ ଗତମାସରେ ଅନୁଷ୍ଠିତ ହୋଇଥିବା ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos