ସୁପର ଓଭରରେ ହାରିଲା ଆଫଗାନିସ୍ତାନ, ୭ ବର୍ଷ ପରେ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଦୀର୍ଘ ୭ ବର୍ଷ ପରେ କୌଣସି ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଆ‍ଫଗାନିସ୍ତାନକୁ ହରାଇଛି ଆୟର୍ଲ୍ୟାଣ୍ଡ। ଏଠାରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ରେ ଆୟର୍ଲ୍ୟାଣ୍ଡ ସୁପର ଓଭରରେ ବାଜିମାତ କରି ରେକର୍ଡ କରିଛି। ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍‌ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍‌ କରିଥିଲା। ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର ହୋଇଥିଲା। ସୁପର ଓଭରରେ ଆଫଗାନିସ୍ତାନ ୮ ରନ୍‌ କରିଥିଲା। ଏହାର ଜବାବରେ […]

dc

dc

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 07:10 PM IST

Sports

Latest News

ଗ୍ରେଟର ନୋଏଡା: ଦୀର୍ଘ ୭ ବର୍ଷ ପରେ କୌଣସି ଏକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଆ‍ଫଗାନିସ୍ତାନକୁ ହରାଇଛି ଆୟର୍ଲ୍ୟାଣ୍ଡ। ଏଠାରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ରେ ଆୟର୍ଲ୍ୟାଣ୍ଡ ସୁପର ଓଭରରେ ବାଜିମାତ କରି ରେକର୍ଡ କରିଛି।

ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍‌ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍‌ କରିଥିଲା। ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର ହୋଇଥିଲା। ସୁପର ଓଭରରେ ଆଫଗାନିସ୍ତାନ ୮ ରନ୍‌ କରିଥିଲା। ଏହାର ଜବାବରେ ଆୟର୍ଲ୍ୟାଣ୍ଡ ୫ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା।

ଶେଷ ବଲରେ ୩ ରନ୍‌ ଦରକାର ଥିବା ବେଳେ କେଭିନ ଓ’ବ୍ରାଇନ୍‌ ଦମଦାର ଛକା ମାରି ଦଳକୁ ବିଜୟ କରାଇଥିଲେ। ଆଫଗାନିସ୍ତାନ ଆଗୁଆ ୨-୦ରେ ସିରିଜଜ ଜିତିଥିଲେ ହେଁ ଆୟର୍ଲ୍ୟାଣ୍ଡ ତୃତୀୟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଛି।

ଆଜିର ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଓପନର ପଲ ଷ୍ଟିରଲିଙ୍ଗ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ତେବେ କେଭିନ ଓବ୍ରାଇନ ୨୬, ଗ୍ରେଥ ଡେଲାନି ୩୭ ଓ ହ୍ୟାରି ଟେକ୍ଟର ୩୧ ରନ୍‌ କରିବାରୁ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା।

ଏହାର ଜବାବରେ ଆଫଗାନିସ୍ତାନ ଓପନର ରହମନୁଉଲ୍ଲା ଗୁରବାଜ ଓ ଉସମାନ ଘନି ପ୍ରଥମ ୱିକେଟ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ତେବେ ଘନି ୧୮ ରନ୍‌ କରି ଆଉଟ ହୋଇଥିଲେ। ଗୁରବାଜ ୪୨ ଓ କରିମ ଜନତ ୧୭ ରନ୍‌ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଅଧିନାୟକ ଅସଗର ଆଫଗାନ ମଧ୍ୟ ୩୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ।

ତେବେ ମହମ୍ମଦ ନାବି ଓ ନଜିବୁଲ୍ଲା ଜରଦାନ ଫେଲ ମାରିବାରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷ ଭାଗରେ ଗୁଲବଦିନ ନବି ଓ ରଶିଦ ଖାନ ଯଥାକ୍ରମେ ୧୦ ଓ ୧୪ ରନ୍‌ କରିବାରୁ ଦଳ ଆୟର୍ଲ୍ୟାଣ୍ଡର ସ୍କୋର ସହ ବରାବର କରିଥିଲା।

ହେଲେ ସୁପର ଓଭରରେ ଦଳ ମାତ୍ର ୮ ରନ୍‌ କରିବାରକୁ ସକ୍ଷମ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ସୁପର ଓଭର ବୋଲିଂ କରୁଥିବା ରଶିଦ ଖାନ୍‌ ୮ ରନ୍‌ ଭିତରେ ଆୟର୍ଲ୍ୟାଣ୍ଡକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ କେଭିନ ଛକା ମାରି ସବୁ କିଛି ଶେଷ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story