ବିଶ୍ୱକପ୍‌ରୁ ଆହତ ବିଜୟ ଶଙ୍କର ଆଉଟ୍‌, ମୟଙ୍କ ଇନ୍

ମୁମ୍ବାଇ: ଆହତ ସମସ୍ୟା ଟିମ୍‌ ଇଣ୍ଡିଆର ପିଛା ଛାଡ଼ୁନାହିଁ। ଆହତ ହେବା ଯୋଗୁ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଛନ୍ତି। ବିଜୟ ଶଙ୍କର ଟିମ୍‌ ଇଣ୍ଡିଆର ବ୍ୟାଟିଂ କ୍ରମରେ ୪ ନଂ ସ୍ଥାନରେ ଖେଳୁଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଅଭ୍ୟାସ୍‌ ବେଳେ ଗୋଇଠିରେ ଆଘାତ ପାଇଥିଲେ। ଏହି କାରଣ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଥିଲା। ଏବେ ସ୍କାନ ହେବା ପରେ ବିଜୟ ଶଙ୍କରଙ୍କ ଆଘାତ ଗୁରୁତର […]

s

Hemant Lenka
  • Published: Monday, 01 July 2019
  • , Updated: 01 July 2019, 03:20 PM IST

ମୁମ୍ବାଇ: ଆହତ ସମସ୍ୟା ଟିମ୍‌ ଇଣ୍ଡିଆର ପିଛା ଛାଡ଼ୁନାହିଁ। ଆହତ ହେବା ଯୋଗୁ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଛନ୍ତି। ବିଜୟ ଶଙ୍କର ଟିମ୍‌ ଇଣ୍ଡିଆର ବ୍ୟାଟିଂ କ୍ରମରେ ୪ ନଂ ସ୍ଥାନରେ ଖେଳୁଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଅଭ୍ୟାସ୍‌ ବେଳେ ଗୋଇଠିରେ ଆଘାତ ପାଇଥିଲେ। ଏହି କାରଣ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ରିଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇଥିଲା।

ଏବେ ସ୍କାନ ହେବା ପରେ ବିଜୟ ଶଙ୍କରଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଛି। ଏହି କାରଣରୁ ବିଜୟ ଶଙ୍କରଙ୍କୁ ବିଶ୍ୱକପ୍‌ରୁ ସଂପୂର୍ଣ୍ଣରୂପେ ବାଦ ଦିଆଯାଇଛି। ତାଙ୍କ ବଦଳ ଖେଳାଳି ଭାବେ ଯୁବ ତାରକା ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ସେ ଆଜି ହିଁ ଇଂଲଣ୍ଡ ଅଭିମୂଖେ ଯାତ୍ରା କରିବେ। ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଟକ୍କର ହେବ। ହେଲେ ମୟଙ୍କ କାଲି ହିଁ ଲଣ୍ଡନରେ ପହଞ୍ଚିବାର ସମ୍ଭାବନା ରହିଛି। ତେଣୁ ସେ ଏହି ମ୍ୟାଚ୍‌ରେ ଖେଳିବା ସମ୍ଭବ ହେବ ନାହିଁ।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ବିଜୟ ଶଙ୍କର ନେଟ୍ସରେ ଅଭ୍ୟାସ କରୁଥିଲେ। ଏହି ସମୟରେ ଯଶପ୍ରୀତ ବୁମ୍ରାଙ୍କ ଏକ ବଲ ତାଙ୍କ ଗୋଡ଼ରେ ମାଡ଼ ହେବାରୁ ସେ ଆହତ ହୋଇଥିଲେ।

ବିଜୟ ଶଙ୍କରଙ୍କ ବଦଳରେ ମୟଙ୍କଙ୍କୁ ଇଂଲଣ୍ଡ ପଠାଇବାକୁ ଚାହୁଁଥିବା ବିସିସିଆଇ ତୁରନ୍ତ ଏ ସମ୍ପର୍କରେ ଆଇସିସି ସହ ଯୋଗାଯୋଗ କରିଥିଲା। ଆଇସିସି ମଧ୍ୟ ବିସିସିଆଇର ଏହି ଅନୁରୋଧକୁ ତୁରନ୍ତ ମଞ୍ଜୁରୀ ଦେଇଛି।

Related story