ଟାଟା ଷ୍ଟିଲ ଫ୍ରେଣ୍ଡସିପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ: ମିଡ଼ିଆ ଟିମ୍‌ ବିଜୟୀ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିବା ଟାଟା ଷ୍ଟିଲ ଫ୍ରେଣ୍ଡସିପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମିଡ଼ିଆ ଟିମ୍‌ ଚାମ୍ପିଅନ୍ ହୋଇଛି। ଟୁର୍ଣ୍ଣାମେଣ୍ଟରେ ନେତା, ପ୍ରଶାସକ ଓ ସାମ୍ବାଦିକ ଏକାଠି ହୋଇଥିଲେ। ପ୍ରଥମ ସେମି ଫାଇନାଲରେ ପ୍ରଶାସକ ଓ ନେତାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ପ୍ରଶାସକ ବିଜୟୀ ହୋଇଥିଲେ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଆୟୋଜକ ଟାଟା ଷ୍ଟିଲକୁ ହରାଇ ମିଡ଼ିଆ ଟିମ୍‌ ବିଜୟୀ ହୋଇଥିଲା।  ଫାଇନାଲରେ ପ୍ରଶାସକ ଟିମକୁ ହରାଇ ମିଡ଼ିଆ ଟିମ୍ ଚାମ୍ପିଅନ୍‌ ହୋଇଛି।