ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି, ଦଳରେ ୨ଟି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ତା’ର ଗତ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ସେହିପରି ଦିଲ୍ଲୀ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇଥିଲା। ଏବେ ମୁମ୍ବାଇ ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସମାନ […]

dc

dc

Hemant Lenka
  • Published: Thursday, 18 April 2019
  • Updated: 18 April 2019, 07:45 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇ ତା’ର ଗତ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ସେହିପରି ଦିଲ୍ଲୀ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇଥିଲା। ଏବେ ମୁମ୍ବାଇ ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ରମାଗତ ୩ଟି ମ୍ୟାଚ୍‌ ଜିତି ସମାନ ୧୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ମ୍ୟାଚ୍ ଜିତିବାକୁ ନିଶ୍ଚିତ ପ୍ରୟାସ କରିବ।

ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ବେହରନ୍‌ଡ୍ରଫଙ୍କ ବଦଳରେ ବେନ୍‌ କଟିଂଙ୍କୁ ସୁଯୋଗ ମିଳିଥିବା ବେଳେ ଈଶାନ୍‌ କିଷନଙ୍କ ବଦଳରେ ଜୟନ ଯାଦବ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos