ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କଲେ ଭନ୍‌

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପ୍‌ର ଖୁବ୍‌ ପ୍ରଶଂସା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ମାଇକଲ ଭନ୍‌। ମୁମ୍ବାଇ ଆଇପିଏଲ୍‌ର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଯଥାକ୍ରମେ ୩୭ ଓ ୪୦ ରନ୍‌ରେ ପରାସ୍ତ କରିବା ପରେ ଚାରିଆଡ଼େ ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କରାଯାଇଛି। ଗତକାଲିର ମ୍ୟାଚ୍‌ରେ ରୋହିତ ବ୍ୟାଟିଂରେ ସମସ୍ତଙ୍କୁ ନିରାଶ କରିଥିଲେ। ଫଳରେ ମୁମ୍ବାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ […]

ro

ro

Hemant Lenka
  • Published: Sunday, 07 April 2019
  • Updated: 07 April 2019, 05:05 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପ୍‌ର ଖୁବ୍‌ ପ୍ରଶଂସା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ମାଇକଲ ଭନ୍‌। ମୁମ୍ବାଇ ଆଇପିଏଲ୍‌ର ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ଯଥାକ୍ରମେ ୩୭ ଓ ୪୦ ରନ୍‌ରେ ପରାସ୍ତ କରିବା ପରେ ଚାରିଆଡ଼େ ରୋହିତଙ୍କ କ୍ୟାପ୍ଟେନଶିପ୍‌କୁ ପ୍ରଶଂସା କରାଯାଇଛି।

ଗତକାଲିର ମ୍ୟାଚ୍‌ରେ ରୋହିତ ବ୍ୟାଟିଂରେ ସମସ୍ତଙ୍କୁ ନିରାଶ କରିଥିଲେ। ଫଳରେ ମୁମ୍ବାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ କ୍ୟାପ୍ଟେନଶିପ୍‌ରେ ରୋହିତ ବେଶ କମାଲ କରିଥିଲେ।

ଫିଲ୍ଡିଂ ସେଟିଂ କରିବା ସହ କେଉଁ ସମୟରେ କାହାକୁ ବୋଲିଂ ଦିଆଯିବ, ସେକଥାକୁ ରୋହିତ ବେଶ ଭଲ ଭାବେ ସମ୍ପାଦନ କରିଥିଲେ। ଫଳରେ ହାଇଦ୍ରାବାଦ୍‌ ଗୋଟିଏ ଗୋଟିଏ ରନ୍‌ ପାଇଁ ସଂଘର୍ଷ କରିଥିଲା। ବିଶେଷ କରି ଅଲଜାରି ଯୋଜେଫଙ୍କୁ ରୋହିତ୍‌ ବେଶ ଚମତ୍କାର ଢଙ୍ଗରେ ବ୍ୟବହାର କରିଥିଲେ। ଯେଉଁଥପାଇଁ ସେ ୧୨ ରନ୍‌ ଦେଇ ରେକର୍ଡ ୬ଟି ୱିକେଟ୍‌ ନେଇଥିଲେ।

ମ୍ୟାଚ୍‌ ପରେ ମାଇକଲ୍‌ ଭନ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ “ ରୋହିତ ଶର୍ମାଙ୍କ କ୍ୟାପ୍ଟେନଶିପ୍‌ ବେଶ ଚମତ୍କାର ଥିଲା। ଏହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌। ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ତ ଆଇପିଏଲ୍‌ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉଠି ପାରିଛି।”

ଆଇପିଏଲ୍‌ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ହେଉଛନ୍ତି ସବୁଠାରୁ ସଫଳ ଅଧିନାୟକ। ଉଭୟ ୩ଥର ଲେଖାଏ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos