୯୫ ମିନିଟ୍‌ ବ୍ୟାଟିଂ କଲେ, ହେଲେ ରନ୍‌ କରିପାରିଲେ ନାହିଁ ଏହି ଖେଳାଳି

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ଟେଲେଣ୍ଡର ମିଜୁଏଲ କମିନ୍ସ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ୯ମ ସ୍ଥାନରେ କମିନ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଅଧିନାୟକ ଜେସନ ହୋଲ୍ଡରଙ୍କୁ ଭରପୂର ସହଯୋଗ କରିଥିଲେ। ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଦୀର୍ଘ ୯୫ ମିନିଟ୍ କାଳ କ୍ରିଜରେ ଛିଡ଼ା ହୋଇଥିଲେ। ଏପରି କି ସେ ୪୫ଟି ବଲ ମଧ୍ୟ […]

ed

ed

Hemant Lenka
  • Published: Sunday, 25 August 2019
  • Updated: 25 August 2019, 03:30 PM IST

Sports

Latest News

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍‌ ଟେଲେଣ୍ଡର ମିଜୁଏଲ କମିନ୍ସ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଏହି ସମୟରେ ୯ମ ସ୍ଥାନରେ କମିନ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଅଧିନାୟକ ଜେସନ ହୋଲ୍ଡରଙ୍କୁ ଭରପୂର ସହଯୋଗ କରିଥିଲେ। ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଦୀର୍ଘ ୯୫ ମିନିଟ୍ କାଳ କ୍ରିଜରେ ଛିଡ଼ା ହୋଇଥିଲେ। ଏପରି କି ସେ ୪୫ଟି ବଲ ମଧ୍ୟ ଖେଳିଥିଲେ।

ହେଲେ ଏତେ ବଲ ଏବଂ ଦୀର୍ଘ ୯୫ ମିନିଟ୍ କାଳ କ୍ରିଜରେ ବ୍ୟାଟିଂ କରିଥିଲେ ହେଁ କମିନ୍ସ ଆଦୌ ଖାତା ଖୋଲି ପାରି ନଥିଲେ। ସେ ଇଣ୍ଡିଜ୍ ଟିମର ଶେଷ ବ୍ୟାଟସମ୍ୟାନ ଭାବେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଟେଷ୍ଟ କ୍ରିକେଟ୍‌ରେ ଏତେ ସମୟ କ୍ରିଜ୍‌ରେ ରହି ଖାତା ଖୋଲି ନ ପାରିବା ରେକର୍ଡ ତାଲିକାର ଦ୍ୱିତୀୟ ସ୍ଥାନରେ କମିନ୍ସ ପହଞ୍ଚି ଯାଇଛନ୍ତି। ତେବେ ସର୍ବାଧିକ ସମୟ କ୍ରିଜ୍‌ରେ ରହି ଆଦୌ ସ୍କୋର କରି ନ ପାରି ଆଉଟ୍‌ ହେବାର ରେକର୍ଡ ନ୍ୟୁଜିଲ୍ୟାଣ୍ଡର ଜେଫ୍‌ ଅଲୋଟ୍ଟଙ୍କ ନାଁରେ ରହିଛି। ସେ ୧୯୯୯ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଦୀର୍ଘ ୧୦୧ ମିନିଟ୍‌ କାଳ କ୍ରିଜ୍‌ରେ ରହିଥିଲେ ହେଁ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos