ଗୋଲ୍ଡ କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି। ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୮କେଜି ବର୍ଗରେ ସ୍ପର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଆଜି ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କଲେ ଗୁରୁରାଜ। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡା ମହାସମର ଆରମ୍ଭ ହୋଇଛି। ୧୯ଟି ଇଭେଣ୍ଟ ପାଇଁ ଲଢ଼ୁଛନ୍ତି ୭୧ଟି ଦେଶର ବଛା ବଛା କ୍ରୀଡ଼ାବିତ୍। ଆଜି ପ୍ରଥମ ଦିନରେ ଜିମ୍ନାଷ୍ଟିକ ପୁରଷ ଦଳ ଫାଇନାଲ ଏବଂ ବ୍ୟକ୍ତିଗତ […]

mmm

mmm

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 12:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲ୍ଡ କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି। ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୮କେଜି ବର୍ଗରେ ସ୍ପର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଆଜି ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କଲେ ଗୁରୁରାଜ।

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡା ମହାସମର ଆରମ୍ଭ ହୋଇଛି। ୧୯ଟି ଇଭେଣ୍ଟ ପାଇଁ ଲଢ଼ୁଛନ୍ତି ୭୧ଟି ଦେଶର ବଛା ବଛା କ୍ରୀଡ଼ାବିତ୍। ଆଜି ପ୍ରଥମ ଦିନରେ ଜିମ୍ନାଷ୍ଟିକ ପୁରଷ ଦଳ ଫାଇନାଲ ଏବଂ ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବ। ଭାରତରୁ ଯୋଗେଶ୍ୱର ସିଂହ ଏବଂ ଆଶିଷ କୁମାରଙ୍କ ସହ ଓଡ଼ିଆ ଖେଳାଳି ରାକେଶ ପାତ୍ର ଏଥିରେ ଭାଗ ନେଉଛନ୍ତି। ବ୍ୟାଡମିଣ୍ଟନରେ ଭାରତ ଦଳଗତ ଭାବେ ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos