ଭାରତ ବିପକ୍ଷ ତୃତୀୟ ଟି-୨୦ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ଷ୍ଟାର୍କ

ସିଡ୍‌ନୀ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ। ତାଙ୍କୁ ଭାରତ ବିପକ୍ଷ ଅନ୍ତିମ ତଥା ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ପାଇଁ ଦଳରେ ସାମିଲ କରାଯାଇଛି। ସ୍କ୍ୱାଡ୍‌ରେ ଥିବା ଅନ୍ୟତମ ଦ୍ରୁତ ବୋଲର୍ ବିଲି ଷ୍ଟାନ୍‌ଲେକ୍‌ ଆହତ ହେବାରୁ ସେ ଭାରତ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଷ୍ଟାର୍କଙ୍କୁ ସାମିଲ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ଷ୍ଟାର୍କ ୨୦୧୬ରେ ଶେଷଥର […]

t

t

Hemant Lenka
  • Published: Saturday, 24 November 2018
  • Updated: 24 November 2018, 11:45 AM IST

Sports

Latest News

ସିଡ୍‌ନୀ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ। ତାଙ୍କୁ ଭାରତ ବିପକ୍ଷ ଅନ୍ତିମ ତଥା ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ପାଇଁ ଦଳରେ ସାମିଲ କରାଯାଇଛି।

ସ୍କ୍ୱାଡ୍‌ରେ ଥିବା ଅନ୍ୟତମ ଦ୍ରୁତ ବୋଲର୍ ବିଲି ଷ୍ଟାନ୍‌ଲେକ୍‌ ଆହତ ହେବାରୁ ସେ ଭାରତ ବିପକ୍ଷ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଷ୍ଟାର୍କଙ୍କୁ ସାମିଲ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

ଷ୍ଟାର୍କ ୨୦୧୬ରେ ଶେଷଥର ପାଇଁ ଶ୍ରୀଲଙ୍କାର ବିପକ୍ଷରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏବେ ସେ ଟିମ୍‌କୁ ଫେରିଥିବାରୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ନିଶ୍ଚିତ ଭାବେ ଅଡ଼ୁଆରେ ପକାଇବେ। କାରଣ ପୂର୍ବରୁ ଅନେକ ଥର ଷ୍ଟାର୍କ ଭାରତ ବିରୋଧରେ ଭଲ ପ୍ରଦର୍ଶନ କରିଥିବା ନଜିର ରହିଛି।

ପୂର୍ବରୁ ଷ୍ଟାର୍କଙ୍କୁ ଭାରତ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ଘୋଷଣା ହୋଇଥିବା ୧୪ ଜଣିଆ ସ୍କ୍ୱାଡ୍‌ରେ ତାଙ୍କ ନାଁ ରହିଥିଲା।

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ରେ ଭାରତ ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଥିଲା।

ଭାରତ ସିରିଜ୍‌ରେ ୧-୦ରେ ପଛରେ ଥିବାରୁ ଆସନ୍ତାକାଲି ମ୍ୟାଚ୍‌ ଜିତି ସିରିଜ୍‌ ବରାବର ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉପରୁ ସିରିଜ୍‌ ହାରିବା ଭୟ ଟଳି ଥିବାରୁ ଦଳ ନିଶ୍ଚିତ ଭାବେ ବିନା ଚାପରେ ଖେଳିବ। ଭାରତକୁ ମାତ୍‌ ଦେଇ କଙ୍ଗାରୁ ଟିମ୍‌ ସିରିଜ୍‌ କବଜା ଲକ୍ଷ୍ୟରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos