କ୍ରିକେଟରେ ୨୦ ବର୍ଷ ପୂରଣ କଲେ ମିତାଲି, ବିଶ୍ୱରେ ପ୍ରଥମ ମହିଳା ଖେଳାଳି

ମୁମ୍ବାଇ: ଟିମ ଇଣ୍ଡିଆ ମହିଳା ଟିମ୍‌ର ଦିନିକିଆ ଅଧିନାୟକ ମିତାଲି ରାଜ ଆଜି ଅନ୍ତର୍ଜାତୀୟ କ୍ରିକେଟରେ ୨୦ ବର୍ଷ ପୂରଣ କରିଛନ୍ତି। କ୍ରିକେଟରେ ୨୦ ବର୍ଷ ପୂରଣ କରିବାରେ ମିତାଲି ବିଶ୍ୱର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ମିତାଲି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇବା କ୍ଷଣି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲି ୧୯୯୯ ମସିହା ଜୁନ୍‌ ୨୬ରେ ଭାରତ ପାଇଁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ମିତାଲିଙ୍କ ଏହି ସ୍ପେଶାଲ […]

sd

sd

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 09:07 PM IST

Sports

Latest News

ମୁମ୍ବାଇ: ଟିମ ଇଣ୍ଡିଆ ମହିଳା ଟିମ୍‌ର ଦିନିକିଆ ଅଧିନାୟକ ମିତାଲି ରାଜ ଆଜି ଅନ୍ତର୍ଜାତୀୟ କ୍ରିକେଟରେ ୨୦ ବର୍ଷ ପୂରଣ କରିଛନ୍ତି। କ୍ରିକେଟରେ ୨୦ ବର୍ଷ ପୂରଣ କରିବାରେ ମିତାଲି ବିଶ୍ୱର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି।

ମିତାଲି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇବା କ୍ଷଣି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ମିତାଲି ୧୯୯୯ ମସିହା ଜୁନ୍‌ ୨୬ରେ ଭାରତ ପାଇଁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ। ମିତାଲିଙ୍କ ଏହି ସ୍ପେଶାଲ ଡେ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ୮ ୱିକେଟରେ ପରାସ୍ତ ମଧ୍ୟ କରିଛି।

ମିତାଲି ଭାରତ ପାଇଁ ୨୦୪ଟି ଦିନିକିଆ, ୧୦ଟି ଟେଷ୍ଟ ଓ ୮୯ଟି ଟି-୨୦ ଖେଳିଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।

ଗତମାସରେ ଟି-୨୦ କ୍ରିକେଟକୁ ଅଲବିଦା କହିଥିବା ୩୬ ବର୍ଷୀୟ ମିତାଲି କ୍ରିକେଟର ଏହି ଛୋଟିଆ ଫର୍ମାଟର ୩୨ଟି ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ୨୦୧୨, ୨୦୧୪ ଓ ୨୦୧୬ ମହିଳା ଟି-୨୦ ବିଶ୍ୱକପ ଭାରତ ମିତାଲିଙ୍କ ନେତୃତ୍ୱରେ ହିଁ ଖେଳିଥିଲା। ସେ ୨୦୨୧ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାରୁ ଟି-୨୦ରୁ ଅବସର ନେଇଥିବା କହିଥିଲେ।

କ୍ରିକେଟର ‘ଭଗବାନ’ ସଚିନ ତେନ୍ଦୁଲକର ସର୍ବାଧିକ ୨୨ ବର୍ଷ ୯୧ ଦିନ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଆଜି ଯାଏ ତାଙ୍କୁ କେହି ବି ଅତିକ୍ରମ କରିନାହାନ୍ତି। ତାଙ୍କ ପଛରେ ଶ୍ରୀଲଙ୍କାର ସନଥ ଜୟସୂରିୟା(୨୧ ବର୍ଷ ୧୮୪ ଦିନ) ଓ ପାକିସ୍ତାନର ଜାଭେଦ ମିଆଁଦାଦ(୨୦ ବର୍ଷ ୨୭୨ ଦିନ) ରହିଛନ୍ତି। ଏମାନେ ସମସ୍ତ ଅବସର ନେଇ ସାରିଥିବା ବେଳେ ମିତାଲି ଏବେ ବି କ୍ରିକେଟ ଖେଳୁଛନ୍ତି। ତେଣୁ ସେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story