ଆସନ୍ତାକାଲି ମୋହାଲି ମୁକାବିଲା

ମୋହାଲି: ଆସନ୍ତାକାଲି ପଞ୍ଜାବର ମୋହାଲି ସ୍ଥିତ ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟେରୁ ମ୍ୟାଚ୍ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ବରାବର ସ୍ଥିତିରେ ଅଛନ୍ତି। ଭାରତ ପ୍ରଥମ ମ୍ୟାଚ୍ ଜିତି ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ସିରିଜ୍‌ରେ ଅଗ୍ରଣୀ ରହିବା ପାଇଁ ଆସନ୍ତାକାଲି ମ୍ୟାଚ୍‌କୁ ଉଭୟ ଦଳ ଜିତିବାକୁ ଜୋରଦାର ପ୍ରୟାସ କରିବେ। ପ୍ରଥମ […]

india-new

india-new

Rakesh Mallick
  • Published: Saturday, 22 October 2016
  • Updated: 22 October 2016, 10:37 AM IST

Sports

Latest News

india-newମୋହାଲି: ଆସନ୍ତାକାଲି ପଞ୍ଜାବର ମୋହାଲି ସ୍ଥିତ ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟେରୁ ମ୍ୟାଚ୍ ଆରମ୍ଭ ହେବ।

୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ବରାବର ସ୍ଥିତିରେ ଅଛନ୍ତି। ଭାରତ ପ୍ରଥମ ମ୍ୟାଚ୍ ଜିତି ଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ସିରିଜ୍‌ରେ ଅଗ୍ରଣୀ ରହିବା ପାଇଁ ଆସନ୍ତାକାଲି ମ୍ୟାଚ୍‌କୁ ଉଭୟ ଦଳ ଜିତିବାକୁ ଜୋରଦାର ପ୍ରୟାସ କରିବେ।

ପ୍ରଥମ ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ବିରାଟ କୋହଲିଙ୍କ ୮୫ ରନ୍ ବଳରେ ଟିମ୍ ଇଣ୍ଡିଆ  ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଧୋନୀ ବାହିନୀ ନିରାଶ କରିଥିଲେ। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୨ ରନ୍‌ କରିଥିଲା। ୨୪୩ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଟିମ୍ ୨୩୬ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳର ସମସ୍ତ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ। ରୋହିତ ୧୫ ରନ୍ କରିଥିବା ବେଳେ ରାହାଣେ ୨୮, ବିରାଟ କୋହଲି ୯, ମନୀଷ ପାଣ୍ଡେ ୧୯ ଓ ଧୋନୀ ୩୯ ରନ୍ କରିଥିଲେ। ତେଣୁ ଆଜିର ମ୍ୟାଚ୍ ଜିତିବା ପାଇଁ ପ୍ରମୁଖ ବ୍ୟାଟ୍ସମ୍ୟାନ ମାନଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ।

ମୋହାଲିର ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ରହିଛି। ଏଠାରେ ଭାରତ ମୋଟ ୧୩ଟି ମ୍ୟାଚ୍ ଖେଳିଛି। ସେଥିରୁ ୮ଟି ଜିତି ଥିବା ବେଳେ ୫ଟିରେ ପରାସ୍ତ ହୋଇଛି। ଏହି ଷ୍ଟାଡିୟମରେ ୧୯୯୩ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ପ୍ରଥମ ମ୍ୟାଚ୍ ଖେଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos