ଚାପୁଡ଼ା ଖାଇବା ପରେ ଫିକ୍ସିଂ କଥା ସ୍ୱୀକାର କରିଥିଲେ ଆମୀର୍

କରାଚୀ: ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ମ୍ୟାଚ୍ ପାକିସ୍ତାନ ଟିମରେ ହୋଇଥିବା ଫିକ୍ସିଂକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରଜାକଙ୍କ କହିବା ଅନୁଯାୟୀ, ତତ୍କାଳୀନ ଅଧିନାୟକ ଶାହିଦ ଆଫ୍ରିକିଙ୍କଠାରୁ ଚାପୁଡା ଖାଇବା ପରେ ପେସ୍ ବୋଲର ମହମ୍ମଦ ଆମୀର ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବା ବେଳେ ଓପନିଂ ବ୍ୟାଟ୍ସମ୍ୟାନ୍ ସଲମାନ୍ ବଟ୍ଟ ୨୦୧୧ ଇଂଲଣ୍ଡ ଗସ୍ତ ପୂର୍ବରୁ ହିଁ ଦୁର୍ନୀତିରେ ଲିପ୍ତ ଥିଲେ। ପାକିସ୍ତାନ କ୍ରିକେଟ୍ ଛବିକୁ ଖରାପ କରିଥିବା ଏହି […]

amir

amir

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 09:44 PM IST

Sports

Latest News

କରାଚୀ: ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ମ୍ୟାଚ୍ ପାକିସ୍ତାନ ଟିମରେ ହୋଇଥିବା ଫିକ୍ସିଂକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରଜାକଙ୍କ କହିବା ଅନୁଯାୟୀ, ତତ୍କାଳୀନ ଅଧିନାୟକ ଶାହିଦ ଆଫ୍ରିକିଙ୍କଠାରୁ ଚାପୁଡା ଖାଇବା ପରେ ପେସ୍ ବୋଲର ମହମ୍ମଦ ଆମୀର ସ୍ପଟ୍ ଫିକ୍ସିଂରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବା ବେଳେ ଓପନିଂ ବ୍ୟାଟ୍ସମ୍ୟାନ୍ ସଲମାନ୍ ବଟ୍ଟ ୨୦୧୧ ଇଂଲଣ୍ଡ ଗସ୍ତ ପୂର୍ବରୁ ହିଁ ଦୁର୍ନୀତିରେ ଲିପ୍ତ ଥିଲେ।

ପାକିସ୍ତାନ କ୍ରିକେଟ୍ ଛବିକୁ ଖରାପ କରିଥିବା ଏହି ଘଟଣା ସମ୍ବନ୍ଧରେ ରଜାକ୍ ଏକ ଟିଭି ଶୋ'ରେ ଖୁଲାସା କରିଛନ୍ତି। ରଜାକ୍ କହିଛନ୍ତି, "ଆଫ୍ରିଦି ମୋତେ ରୁମରୁ ବାହାରକୁ ଯିବାକୁ କହିଥିଲେ। କିଛି ସମୟ ପରେ ମୁଁ ଏକ ଶକ୍ତ ଚାପୁଡାର ଶବ୍ଦ ଶୁଣିବାକୁ ପାଇଲି ଏବଂ ଏହା ପରେ ଆମୀର ସବୁ ସତ କଥା କହିଥିଲେ।" ତେବେ ପାକିସ୍ତାନର ଏହି ପୂର୍ବତନ ଅଲରାଉଣ୍ଡର ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ଦାୟୀ କରିଛନ୍ତି।

ରଜାକ କହିଛନ୍ତି, "ପିସିବି ଯଦି ଚାହିଁଥାନ୍ତା, ତାହେଲେ ନିଜେ ଏହି ତିନି ଖେଳାଳିଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କୁ ସ୍ୱଦେଶ ପଠାଇ ଦେଇଥାନ୍ତା। ଏହା ପରେ ପିସିବି ଏହି ତିନି ଖେଳାଳିଙ୍କୁ ଅତିକମରେ ବର୍ଷକ ପାଇଁ ବାସନ୍ଦ କରିଥାନ୍ତା। ପିସିବି ଏହା ନକରି ପୂରା ବିଶ୍ୱରେ ପାକିସ୍ତାନ କ୍ରିକେଟ ଛବିକୁ ଖରାପ କରିଥିଲା।"

ଏହାଛଡ଼ା ରଜାକ ଦୃଢ଼ତାର ସହ କହିଛନ୍ତି, "ଇଂଲଣ୍ଡ ଘଟଣା ପୂର୍ବରୁ ହିଁ ସଲମାନ୍ ବଟ୍ଟ ଜାଣିଶୁଣି ଆଉଟ୍ ହେଉଥିଲେ। ମୁଁ ସବୁ କଥା ଆଫ୍ରିଦିଙ୍କୁ କହିଥିଲି, କିନ୍ତୁ ସେ ମୋ କଥା ଉପରେ ବିଶ୍ୱାସ କରିନଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚରେ ମୁଁ ଯେତେବେଳେ ବଟ୍ଟଙ୍କ ସହ ବ୍ୟାଟିଂ କରୁଥିଲି, ସେତେବେଳେ ନିଶ୍ଚିତ ହେଲି ଯେ ବଟ୍ଟ ଜାଣିଶୁଣି ଖରାପ ବ୍ୟାଟିଂ କରୁଛନ୍ତି। ମୁଁ ବଟ୍ଟଙ୍କୁ ସିଙ୍ଗଲ୍ ନେଇ ମୋତେ ଷ୍ଟ୍ରାଇକ୍ ଦେବାକୁ କହିଥିଲି। କିନ୍ତୁ ସେ ଏହି ରଣନୀତିକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ, ଯାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ସେହି ସମୟରେ ମୋତେ ଲାଗିଲା ଯେ ବଟ୍ଟ ଜାଣିଶୁଣି ଏଭଳି କରୁଛନ୍ତି ଏବଂ ମୁଁ ରାଗିକି ତାଙ୍କୁ ଷ୍ଟ୍ରାଇକ୍ ଦେବାକୁ କହିଥିଲି। ଏହା ପରେ ମଧ୍ୟ ସେ ଦୁଇ-ତିନି ବଲ୍ ଖେଳି ମୋତେ ଷ୍ଟ୍ରାଇକ୍ ଦେଉଥିଲେ। ଏଥିରେ ନିରାଶ ହୋଇ ମୁଁ ଚାପରେ ଆଉଟ୍ ହୋଇଯାଇଥିଲି।"

ସୂଚନାଯୋଗ୍ୟ, ବଟ୍ଟ, ଆମୀର ଓ ମହମ୍ମଦ ଆସିଫ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯାହା ପରେ ୨୦୧୧ରେ ଆଇସିସି ଏହି ତିନି ଖେଳାଳିଙ୍କୁ ପାଞ୍ଚବର୍ଷ ପାଇଁ ବାସନ୍ଦ କରିଥିଲା। ଏହି ତିନି ଖେଳାଳି ନିଜ ନିଜର ବାସନ୍ଦାଦେଶ କାଟି ସାରିଛନ୍ତି ଏବଂ ଏବେ କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ଆମୀର ଜାତୀୟ ଦଳ ପାଇଁ ଚୟନ ହୋଇଥିଲେ, ଯିଏ ବର୍ତ୍ତମାନ ବିଶ୍ୱକପ୍ ଟିମରେ ସାମିଲ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos