ଖରାପ ଶଟ୍ ଖେଳି ଆଉଟ୍ ହେଲେ ରାହୁଲ୍‌

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ଆଉଟ୍ ପରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଓପ୍ନର ଲୋକେଶ ରାହୁଲ୍ ସ୍ଥିତି ସମ୍ଭାଳି ୨ୟ  ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି […]

nabi

nabi

Hemant Lenka
  • Published: Saturday, 22 June 2019
  • Updated: 22 June 2019, 04:02 PM IST

Sports

Latest News

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି ।

ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ଆଉଟ୍ ପରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଓପ୍ନର ଲୋକେଶ ରାହୁଲ୍ ସ୍ଥିତି ସମ୍ଭାଳି ୨ୟ  ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ସମୟରେ ଭଲ ବ୍ୟାଟିଂ କରିଆସୁଥିବା ରାହୁଲ୍ ଖରାପ ଶଟ୍ ଖେଳି ଆଉଟ୍  ହୋଇଛନ୍ତି। ତାଙ୍କୁ ମହମ୍ମନ ନବି ପ୍ୟାଭିଲିୟନ୍ ପଠାଇଛନ୍ତି।

ଭାରତ ୧୫ ଓଭର ସୁଦ୍ଧା ୨  ୱିକେଟ୍ ହରାଇ ୬୬ ରନ୍ କରିଛି। ବିରାଟ୍ ୩୩ ରନରେ ବ୍ୟାଟିଂ କରୁଛନ୍ତି।

ଏହି ମ୍ୟାଚରେ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ଶାମି ଖେଳୁଛନ୍ତି । ବିଜୟ ଶଙ୍କର ଫିଟ୍ ହୋଇ ନିଜ ସ୍ଥାନ ବଜାୟ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos