ସାମିଙ୍କୁ ପୁଣି ଝଟ୍‌କା, ଚଳିତ ବର୍ଷ ଆଇପିଏଲ୍‌ ଖେଳିବା ନେଇ ଅନିଶ୍ଚିତତା  

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ବାର୍ଷିକ ଚୁକ୍ତିରେ ସାମିଲ ହୋଇ ନ ଥିବାରୁ ଭାରତୀୟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଚିନ୍ତାରେ ଥିବା ବେଳେ ନୂଆ ନୂଆ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ନିକଟରେ ସାମିଙ୍କ ପତ୍ନୀ ହସିନ ଯାହାଁ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳା ଏବେ ଆଇପିଏଲ୍‌ ଖେଳିବାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ୨୦୧୮ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ନେଇ ସାମିଙ୍କ ସମ୍ମୁଖରେ ପ୍ରତିବନ୍ଧକ ସୃଷ୍ଟି […]

shami_650x400_71520681193

shami_650x400_71520681193

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 08:10 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ବାର୍ଷିକ ଚୁକ୍ତିରେ ସାମିଲ ହୋଇ ନ ଥିବାରୁ ଭାରତୀୟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଚିନ୍ତାରେ ଥିବା ବେଳେ ନୂଆ ନୂଆ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ନିକଟରେ ସାମିଙ୍କ ପତ୍ନୀ ହସିନ ଯାହାଁ ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳା ଏବେ ଆଇପିଏଲ୍‌ ଖେଳିବାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି।

୨୦୧୮ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ନେଇ ସାମିଙ୍କ ସମ୍ମୁଖରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ମ୍ୟାଚ୍‌ ପାଇଁ ସେ ପୂର୍ବରୁ ଚୁକ୍ତିବଦ୍ଧ ହୋଇଥିବା ଡେୟାର ଡେଭିଲ୍ସ କର୍ତ୍ତୃପକ୍ଷ ନିଜ ମତ ରଖିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, “ସାମି ଏକ ସାଙ୍ଘାତିକ ମାମଲାରେ ଫସିଛନ୍ତି। ଏ କଥା ସତ ଯେ, ଟିମ୍‌ର ଚୁକ୍ତିପତ୍ରରେ ଦଳକୁ ବିବାଦୀୟ ଓ ବଦନାମ କରିବା ପ୍ରସଙ୍ଗ ରହିଛି। ଏଣୁ ଏହି ଭିତ୍ତିରେ ଦେଖିଲେ ବିସିସିଆଇ ଗୋଟିଏ ପକ୍ଷ ହୋଇଥିବାରୁ ତାଙ୍କ ଖେଳିବା ନେଇ ସ୍ଥିର କରିବା ନ କରିବାକୁ ନେଇ ଚିନ୍ତା କରାଯିବ।”

ସୂଚନାଯୋଗ୍ୟ, ସାମିଙ୍କ ଅନ୍ୟ ଝିଅମାନଙ୍କ ସହ ସମ୍ପର୍କ ଥିବା କଥାକୁ ପ୍ରମାଣିତ କରିବାକୁ ଯାଇ ତାଙ୍କ ପତ୍ନୀ ହସିନ ଆଜି କେତେକ ଫଟୋ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକୁ ଦେଖି ଫେସବୁକ୍‌ ତାଙ୍କ ଆକାଉଣ୍ଟ ବ୍ଲକ କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos