ଶାମି ୨୦୧୯ର ଶ୍ରେଷ୍ଠ ଦିନିକିଆ ବୋଲର

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯। ଏ ବର୍ଷ ଦିନିକିଆ କ୍ରିକେଟର ବିଶ୍ୱକପ ଠାରୁ ଏକାଧିକ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଦେଖିଛି ସାରା ବିଶ୍ୱ। ଅବଶ୍ୟ ଟିମ୍‌ ଇଣ୍ଡିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ ହେଁ ସେମି ଫାଇନାଲରୁ ଦୁଃଖଦ ବିଦାୟ ନେଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଚଳିତ ବର୍ଷ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୯ରେ ବିଶ୍ୱ କ୍ରିକେଟରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। […]

c

c

Hemant Lenka
  • Published: Wednesday, 25 December 2019
  • Updated: 25 December 2019, 04:08 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୧୯। ଏ ବର୍ଷ ଦିନିକିଆ କ୍ରିକେଟର ବିଶ୍ୱକପ ଠାରୁ ଏକାଧିକ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଦେଖିଛି ସାରା ବିଶ୍ୱ। ଅବଶ୍ୟ ଟିମ୍‌ ଇଣ୍ଡିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ ହେଁ ସେମି ଫାଇନାଲରୁ ଦୁଃଖଦ ବିଦାୟ ନେଇଥିଲା। କିନ୍ତୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଚଳିତ ବର୍ଷ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

୨୦୧୯ରେ ବିଶ୍ୱ କ୍ରିକେଟରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ତଥାପି ଟିମ୍‌ ଇଣ୍ଡିଆର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ(୩୨) ଓ ୟୁଜବେନ୍ଦର ଚହଲ(୨୯) ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

ସେହିପରି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର ହେବାର ରେକର୍ଡ କରିପାରିଛନ୍ତି। କାରଣ ମହମ୍ମଦ ଶାମି ବିଶ୍ୱର ଅନ୍ୟ ବୋଲରଙ୍କୁ ପଛରେ ପକାଇ ଚଳିତ ବର୍ଷ ସର୍ବାଧିକ ୱିକେଟ ଦଖଲକାରୀ ହୋଇଛନ୍ତି।

ଶ୍ରେଷ୍ଠ ୫ ବୋଲରଙ୍କ ମଧ୍ୟରେ ଶାମିଙ୍କ ବ୍ୟତୀତ ଟିମ ଇଣ୍ଡିଆର ଭୁବନେଶ୍ୱର କୁମାର, ନ୍ୟୁଜିଲ୍ୟାଣ୍ଡର ଲକି ଫରଗୁସନ ଓ ଟ୍ରେଣ୍ଟ ବୋଲ୍ଟ ଏବଂ ବାଂଲାଦେଶର ମୁସ୍ତାଫିଜୁର ରେହମାନ ରହିଛନ୍ତି।

ମହମ୍ମଦ ଶାମି-୨୧ ମ୍ୟାଚରେ ୪୨ ୱିକେଟ

-ଚଳିତ ବର୍ଷ ମହମ୍ମଦ ଶାମି ୨୧ଟି ଦିନିକିଆରେ ୪୨ଟି ୱିକେଟ ଦଖଲ କରିଛନ୍ତି। ଚଳିତ ବର୍ଷ ସେ ସର୍ବାଧିକ ୱିକେଟ ଦଖଲକାରୀ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ଶାମି କୌଣସି ବର୍ଷ ସର୍ବାଧିକ ୱିକେଟ ଦଖଲକାରୀ ହେବାର ରେକର୍ଡ କରିଛନ୍ତି। ୨୦୧୪ରେ ସେ ୩୮ଟି ୱିକେଟ ନେଇ ସେହି ବର୍ଷର ସର୍ବାଧିକ ୱିକେଟ ଦଖଲକାରୀ ହୋଇଥିଲେ।

ଶାମି ଚଳିତ ବର୍ଷ ସ୍ଥିର ପ୍ରଦର୍ଶନ କରି ଆସିଛନ୍ତି। କେବଳ ୩ଥର ସେ ୱିକେଟ ଲେସ ରହିଥିଲେ। ବିଶ୍ୱକପରେ ଶାମି ମାତ୍ର ୪ଟି ମ୍ୟାଚ ଖେଳିଥିଲେ। ଏହି ସୁଯୋଗକୁ ସେ ଭରପୂର ଉପଯୋଗ କରିଥିଲେ। ସେ ୧୩.୭୮ ହାରରେ ୧୪ଟି ୱିକେଟ ଦଖଲ କରିଛନ୍ତି। ଏଥିସହ ଆଫଗାନିସ୍ତାନରେ ବିପକ୍ଷରେ ସେ ହ୍ୟାଟ୍ରିକ ୱିକେଟ ନେଇଥିଲେ।

ଟ୍ରେଣ୍ଟ ବୋଲ୍ଟ-୨୦ ମ୍ୟାଚ୍‌ରେ ୩୮ ୱିକେଟ

-ଶାମିଙ୍କ ପରେ ଦ୍ୱିତୀୟ ସଫଳତମ ବୋଲର ଭାବେ ବର୍ଷ ଶେଷ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ। ସେ ଚଳିତ ବର୍ଷ ୨୦.୩୭ ହାରରେ ୨୦ ମ୍ୟାଚ ଖେଳି ୩୮ଟି ୱିକେଟ ନେଇଛନ୍ତି। ସେ ମାତ୍ର ୪.୭୦ ହାରରେ ରନ ବ୍ୟୟ କରି ସବୁଠାରୁ କଞ୍ଜୁସି ବୋଲର ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ବୋଲ୍ଟ ବିଶ୍ୱକପର ୧୦ଟି ମ୍ୟାଚରେ ୧୭ଟି ୱିକେଟ ଦଖଲ କରିଥିଲେ। ବୋଲ୍ଟ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଥର ୪ଟି ଲେଖାଏ ୱିକେଟ ନେଇଛନ୍ତି।

ହାମିଲଟନ୍‌ରେ ଭାରତ ବିପକ୍ଷ ଦିନିକିଆରେ ବୋଲ୍ଟ ଚଳିତ ବର୍ଷ ସବୁଠାରୁ ଘାତକ ବୋଲିଂ କରିଥିଲେ। ସେ ୧୦ ଓଭରରେ ୨୧ ରନ ଦେଇ ୫ଟି ୱିକେଟ ନେଇଥିଲେ। ଫଳରେ ଭାରତ ୯୨ ରନରେ ଅଲଆଉଟ ହୋଇଯାଇଥିଲା।

ଲକି ଫରଗୁସନ-୧୭ ମ୍ୟାଚରେ ୩୫ ୱିକେଟ

-ଲକି ଫରଗୁସନ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବୋଲିଂ ମଙ୍ଗ ସମ୍ଭାଳିଥିଲେ। ସେ କ୍ରମାଗତ ଭାବେ ବର୍ଷ ତମାମ ୧୫୦ କିମି ବେଗରେ ବୋଲିଂ କରି ୧୭ ମ୍ୟାଚ୍‌ରେ ୩୫ଟି ୱିକେଟ ଦଖଲ କରିଛନ୍ତି। ବିଶ୍ୱକପରେ ଫରଗୁସନ ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଥିଲେ। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୧୦ଟି ମ୍ୟାଚ୍‌ରେ ୨୭ଟି ୱିକେଟ ନେଇଥିବା ବେଳେ ଫରଗୁସନ ୯ଟି ମ୍ୟାଚରେ ୨୧ଟି ୱିକେଟ ନେଇଥିଲେ। ବିଶ୍ୱକପରେ ଫରଗୁସନଙ୍କ ଶ୍ରେଷ୍ଠ ବୋଲିଂ ୩୭/୪ ରହିଥିଲା।

ମୁସ୍ତାଫିଜୁର ରେହମାନ-୧୬ ମ୍ୟାଚରେ ୩୪ ୱିକେଟ

-ବାଂଲାଦେଶର ଏହି ବାମହାତୀ ଅଭିଜ୍ଞ ବୋଲର ଜଣଙ୍କ ଚଳିତ ବର୍ଷ ୧୬ଟି ମ୍ୟାଚରେ ୩୪ ୱିକେଟ ନେଇଛନ୍ତି। ବିଶ୍ୱକପରେ ମୁସ୍ତାଫିଜୁର ରେହମାନ ବାଂଲାଦେଶର ସଫଳତା ପଛରେ ନାୟକ ରହିଥିଲେ। ସେ ମାତ୍ର ୮ଟି ମ୍ୟାଚରେ ୨୦ ୱିକେଟ ନେଇଛନ୍ତି। ସେ ଦୁଇ ଥର ୫ଟି ୱିକେଟ ନେଇଛନ୍ତି। ସେ ଭାରତ ବିପକ୍ଷରେ ୫୯ ରନ ଦେଇ ୫ଟି ୱିକେଟ ଓ ପାକିସ୍ତାନ ବିପକ୍ଷରେ ୭୫ ରନ ଦେଇ ୫ଟି ୱିକେଟ ନେଇଥିଲେ। ମୁସ୍ତାଫିଜୁର ଓଭର ପିଛା ୬.୭୭ ରନ ବ୍ୟୟ କରି ଏହି ସଫଳତା ପାଇଛନ୍ତି।

ଭୁବନେଶ୍ୱର କୁମାର-୧୯ ମ୍ୟାଚରେ ୩୩ ୱିକେଟ

-ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବର୍ଷର ଶେଷ ଭାଗରେ ଆହତ ସମସ୍ୟା ଦେଇ ଗତି କରିଛନ୍ତି। ତଥାପି ସେ ୨୦୧୯ର ୫ମ ସର୍ବାଧିକ ୱିକେଟ ଦଖଲକାରୀ ହେବାର ରେକର୍ଡ କରିଛନ୍ତି। ଭୁବନେଶ୍ୱର କୁମାର ୧୯ଟି ମ୍ୟାଚରେ ୩୩ଟି ୱିକେଟ ନେଇଛନ୍ତି। ସେ ୨୩.୭୫ ହାରରେ ଓଭର ପିଛା ୫.୨୩ ରନ ଦେଇ ଏହି ସଫଳତା ପାଇଛନ୍ତି। ଭୁବନେଶ୍ୱର କୁମାର ବିଶ୍ୱକପରେ ମାତ୍ର ୬ଟି ମ୍ୟାଚ ଖେଳି ୧୦ଟି ୱିକେଟ ନେଇଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୧ ରନ ଦେଇ ୪ଟି ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story