ଏଥର ବିଶ୍ୱକପ୍ ଦେଖିବେ ଲକ୍ଷାଧିକ ମହିଳା

ଲଣ୍ଡନ: ମେ’ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପରେ ଲକ୍ଷାଧିକ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିବ ବୋଲି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ୍ ଏଲୱର୍ଦି କହିଛନ୍ତି। ଆଇସିସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏଲୱର୍ଦି କହିଛନ୍ତି, ଏହି ମହାକୁମ୍ଭ ଦେଖିବା ପାଇଁ ୧,୧୦,୦୦୦ରୁ ମହିଳା ଟିକେଟ୍ କିଣିଛନ୍ତି। ଏହି ବିଶ୍ୱକପର ମଜା ଉଠାଇବା ପାଇଁ ପ୍ରାୟ ୧ଲକ୍ଷ ଦର୍ଶକ ୧୬ ବର୍ଷରୁ କମ୍ ବୟସର ଥିବା ଏଲୱର୍ଦି କହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳିଙ୍କ ଉପସ୍ଥିତି ଫଳପ୍ରଦ […]

women in wc

women in wc

Hemant Lenka
  • Published: Monday, 27 May 2019
  • Updated: 27 May 2019, 08:56 PM IST

Sports

Latest News

ଲଣ୍ଡନ: ମେ' ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁଥିବା ଆଇସିସି ବିଶ୍ୱକପରେ ଲକ୍ଷାଧିକ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିବ ବୋଲି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ୍ ଏଲୱର୍ଦି କହିଛନ୍ତି।

ଆଇସିସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏଲୱର୍ଦି କହିଛନ୍ତି, ଏହି ମହାକୁମ୍ଭ ଦେଖିବା ପାଇଁ ୧,୧୦,୦୦୦ରୁ ମହିଳା ଟିକେଟ୍ କିଣିଛନ୍ତି। ଏହି ବିଶ୍ୱକପର ମଜା ଉଠାଇବା ପାଇଁ ପ୍ରାୟ ୧ଲକ୍ଷ ଦର୍ଶକ ୧୬ ବର୍ଷରୁ କମ୍ ବୟସର ଥିବା ଏଲୱର୍ଦି କହିଛନ୍ତି। ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳିଙ୍କ ଉପସ୍ଥିତି ଫଳପ୍ରଦ ହେବ।

ଆଇସିସି ବିଜ୍ଞପ୍ତି ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଟିକେଟ୍ ପାଇଁ ପ୍ରାୟ ୩୦ଲକ୍ଷରୁ ଅଧିକ ଆବେଦନ ଆସିଥିଲା। ଏପରିକି ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚର ଟିକେଟ୍ ପାଇଁ ୪୦ହଜାର ପର୍ଯ୍ୟନ୍ତ ଆବେଦନ ଆସିଥିଲା। ତେଣୁ ଚଳିତ ବିଶ୍ୱକପ୍ ପାଇଁ କ୍ରିକେଟପ୍ରେମୀଙ୍କର କେତେ କ୍ରେଜ୍ ଅଛି, ତାହା ଏଥିରୁ ଜଣା ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos