ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିବେ ଧୋନି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜ୍‌ରେ ବେଶ୍‌ ଚମକିଥିବା ମହେନ୍ଦ୍ର ସିଂହ ଧୋନି ଧୋନି କେବଳ ଦଳକୁ ଜିତାଇନଥିଲେ, ବରଂ ବହୁବର୍ଷ ପରେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ର ମଧ୍ୟ ହକ୍‌ଦାର ହୋଇଥିଲେ। ଏହା ତାଙ୍କ ଅବସର ବାବଦରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ତାଙ୍କ ପାଇଁ ରହିଛି ଆଉ ଏକ ସଫଳତା ହାସଲ କରିବାର ସୁଯୋଗ।

ଭାରତ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡରେ ସ୍କୋର କରିବାରେ ଅଗ୍ରଣୀ ଥିବା ବ୍ୟାଟ୍‌ସମ୍ୟାନ୍‌ମାନଙ୍କ ମଧ୍ୟରେ ଧୋନି ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରକୁ ଅଛନ୍ତି ସଚିନ୍‌ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ୱାଗ। ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୮ଟି ମ୍ୟାଚ୍‌ରୁ ୬୫୨ ରନ୍‌ ହାସଲ କରିଥିବାବେଳେ ବୀରେନ୍ଦ୍ର ସେହ୍ୱାଗ ୧୨ଟି ମ୍ୟାଚ୍‌ରୁ ୫୯୮ରନ୍‌ କରିଛନ୍ତି।

ଏ ଦୁହେଁ ଅବସର ନେଇ ସାରିଥିବାବେଳେ ଧୋନି ଏହି ଦୁଇ ବ୍ୟାଟ୍‌ସମ୍ୟାନଙ୍କ ରେକର୍ଡ ଭାଙ୍ଗିବାକୁ ୧୯୭ ରନ୍‌ ଆବଶ୍ୟକ କରୁଛନ୍ତି।

ଆସନ୍ତା ଜାନୁଆରୀ ୨୩ରେ ଖେଳାଯିବାକୁ ଥିବା ନାପିଅର୍‌ ଦିନିକିଆରୁ ଆରମ୍ଭ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌। ମାଉଣ୍ଟ ମୌଙ୍ଗନୁଇଠାରେ ଲଗାତାର ଦୁଇଟି ଦିନିକିଆ ଖେଳାଯିବାକୁ ଥିଲାବେଳେ ହାମିଲଟନ୍‌ ଏବଂ ୱେଲିଙ୍ଗଟନ୍‌ରେ ଶେଷ ଦୁଇଟି ମ୍ୟାଚ୍‌ ଖେଳାଯିବ।

ଆହୁରି ପଢ଼ନ୍ତୁ

ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ନାରେ ଥାନାରେ ମାମଲା

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇ ନଦୀକୁ ଖସିପଡ଼ିଲେ

ଗଲୱାନ ସଂଘର୍ଷ: ଚାଞ୍ଚଲ୍ୟକର ଖୁଲାସା କଲେ ସହିଦଙ୍କ ପରିବାର ଲୋକ

ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଏହିସବୁ ସିରିଏଲ୍

ଦେଶରେ ୭ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ପୁଣି ୨୪ ହଜାରରୁ ଅଧିକ ପଜିଟିଭ

ସ୍ପାଇନିସ ଫ୍ଲୁ ବେଳେ ଯାହା କରିଥିଲା, ଏବେ ସେମିତି କାମ କଲା ଅଷ୍ଟ୍ରେଲିଆ

ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ଏହି ସ୍ଥାନରେ ଆଜିଠାରୁ ‘ଟ୍ରିପଲ ଲକଡାଉନ୍‌’

ପ୍ରିୟଙ୍କା ଗାନ୍ଧିଙ୍କ ଠାରୁ ନେଇ ଗଲେ, ବିଜେପି ମିଡିଆ ମୁଖ୍ୟଙ୍କୁ ବଙ୍ଗଳା ଦେଲେ ସରକାର

ସାମ୍ନାକୁ ଆସିଲା କରୋନାର ଆଉ ୩ ନୂଆ ଲକ୍ଷଣ, ଏମିତି ସମସ୍ୟା ହେଲେ କୋଭିଡ୍‌ ଟେଷ୍ଟ ଜରୁରୀ

୧୨ ଦିନରେ ତିଆରି ହେଲା ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ