ଧୋନି ଯୁଗର ଶେଷ, ଅନ୍ତର୍ଜାତୀୟ କ୍ରିକେଟକୁ ମାହିଙ୍କ ଅଲବିଦା

ରାଞ୍ଚି: ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ଅବସର ପରେ ଗୋଟିଏ ଯୁଗର ଅବସାନ ଘଟିଛି। ପୂର୍ବରୁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ଧୋନି ଆଜି ଦିନିକିଆ ଓ ଟି-୨୦ କ୍ରିକେଟକୁ ବାଏବାଏ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ଧୋନି ପୂର୍ବଭଳି ଆଇପିଏଲରେ ନିଜର ଜଲୱା ଦେଖାଇବେ।

ଆଜି ଏଥିପାଇଁ ଧୋନି ଚେନ୍ନାଇରେ ମଧ୍ୟ ଅବତରଣ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆଇପିଏଲ ଆରମ୍ଭ ହେବ। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗିସ ଚେପକ ଷ୍ଟାଡିୟମରେ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିଛି।

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on

ଏଥିରେ ଧୋନି ଯୋଗ ଦେଇଛି। ତେବେ ଆଇପିଏଲ ପୂର୍ବରୁ ଧୋନିଙ୍କ ଏଭଳି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଅବସର ଘୋଷଣା କରି ଧୋନି ତାଙ୍କ ଅଗଣିତ ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ୨୦୧୧ରେ ଧୋନି ଭାରତକୁ ଦିନିକିଆରେ ବିଶ୍ୱ ବିଜେତା କରିଥିଲେ। ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିଲା। କ୍ୟାପ୍ଟେନ କୁଲ ଭାବେ ପରିଚିତ ଧୋନିଙ୍କୁ ଶେଷଥର ପାଇଁ ୨୦୧୯ ବିଶ୍ୱକପରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ରାଜ୍ୟରେ ପୁଣି ୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଘାଣ୍ଟିଲା ସିବିଆଇ

ହ୍ୱାଟ୍ସଆପ୍‌ରେ ମିଳିବ କରୋନା ପରାମର୍ଶ, ନମ୍ୱର ଜାରି କଲେ ସରକାର

ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ

ଚାଷ ବିଲ୍‌ ନେଇ କେନ୍ଦ୍ର ସରକାରରୁ ଇସ୍ତଫା ଦେଲେ ଅକାଳୀ ନେତ୍ରୀ

୨୦ରେ ଆସୁଛି ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ସତର୍କ

ରାଜଧାନୀରେ ଚାଞ୍ଚଲ୍ୟ; ମା‘କୁ ପିଟି ପିଟି ମାରି ଦେଲେ ୧୨ ଓ ୧୫ ବର୍ଷର ଦୁଇ ପୁଅ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪ ହଜାରରୁ ଅଧିକ ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଉସକେଇବାକୁ ପ୍ରୟାସ! ଲଦାଖ ସୀମାରେ ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଇଲା ଚାଇନା

ପ୍ଲାଜମା ଥେରାପୀ: ଫେଲ୍ ମାରିଲେ ନବୀନଙ୍କ ମନ୍ତ୍ରୀ

ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଦେବ ଋଷିଆ