ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଧୋନି

ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ୨୦୦ ଛକା ମାରିବାର ରେକର୍ଡ କରିଛନ୍ତି। ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଧୋନି ନିଜର ୮୪ ରନର ଇନିଂସ ଦ୍ୱାରା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଧୋନି ନିଜର ଏହି ମାରାଥନ୍ ଇନିଂସରେ ୫ ଚୌକା ଓ ୭ ଛକା ମାରିଥିଲେ। ଏଥିସହ ଆଇପିଏଲରେ ଧୋନିଙ୍କ ଛକା ସଂଖ୍ୟା ଏବେ ୨୦୩ରେ ପହଞ୍ଚିଛି। […]

dhoni

dhoni

Hemant Lenka
  • Published: Monday, 22 April 2019
  • Updated: 22 April 2019, 02:01 PM IST

Sports

Latest News

ବେଙ୍ଗାଲୁରୁ: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ୨୦୦ ଛକା ମାରିବାର ରେକର୍ଡ କରିଛନ୍ତି। ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଧୋନି ନିଜର ୮୪ ରନର ଇନିଂସ ଦ୍ୱାରା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଧୋନି ନିଜର ଏହି ମାରାଥନ୍ ଇନିଂସରେ ୫ ଚୌକା ଓ ୭ ଛକା ମାରିଥିଲେ। ଏଥିସହ ଆଇପିଏଲରେ ଧୋନିଙ୍କ ଛକା ସଂଖ୍ୟା ଏବେ ୨୦୩ରେ ପହଞ୍ଚିଛି। ଚଳିତ ସଂସ୍କରଣରେ ଧୋନିଙ୍କ ବ୍ୟାଟରୁ ମୋଟ ୧୭ ଛକା ବାହାରିଛି। ଧୋନିଙ୍କ ପରେ ରୋହିତ ଶର୍ମା ଓ ସୁରେଶ ରାଇନା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଉଭୟେ ରୋହିତ ଓ ରାଇନା ୧୯୦ ଲେଖାଏ ଛକା ମାରିଛନ୍ତି। ସେହିପରି ଆରସିବି ଅଧିନାୟକ ବିରାଟ୍ କୋହଲି ୧୮୬ ଛକା ମାରିଛନ୍ତି। ତେବେ ଆଇପିଏଲରେ ସର୍ବାଧିକ ଛକାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ୍ ୩୨୩ ଛକା ମାରି ଆଗରେ ଥିବା ବେଳେ ତାଙ୍କ ପଛକୁ ଏବି ଡି'ଭିଲିୟର୍ସ (୨୦୪) ଅଛନ୍ତି।

ଏହାଛଡ଼ା ଏହି ମ୍ୟାଚରେ ଧୋନି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଧୋନି ପ୍ରଥମ ଅଧିନାୟକ ଭାବେ ଆଇପିଏଲରେ ୪ହଜାର ରନ୍ ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ୧୬୮ ମ୍ୟାଚରେ ୪୦୩୯ ରନ୍ କରିଛନ୍ତି। ବିରାଟ୍ କୋହଲି ଅଧିନାୟକ ଭାବେ ୧୦୬ ମ୍ୟାଚରେ ୩୯୩୩ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଚଳିତ ଆଇପିଏଲରେ ଧୋନି ୯ ମ୍ୟାଚରେ ୭ ଇନିଂସରେ ୧୦୪.୬୬ ହାରରେ ୩୧୪ ରନ୍ କରିଛନ୍ତି। ରବିବାର ଆରସିବି ବିପକ୍ଷ ମ୍ୟାଚରେ ଧୋନିଙ୍କ ଦ୍ୱାରା ଖେଳାଯାଇଥିବା ୮୪ ରନର ଇନିଂସ୍, ତାଙ୍କ ଟି-୨୦ କ୍ୟାରିୟରର ସର୍ବାଧିକ ସ୍କୋର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story