୪୮ ଘଣ୍ଟା ଭିତରେ ଏହି ବଡ଼ ନିଷ୍ପତ୍ତି ନେବେ ଧୋନି!

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ଶେଷ ହୋଇଛି। ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏଥିପାଇଁ ୧୯ ତାରିଖରେ ଟିମ୍ ଚୟନ ହେବ। ତେବେ ଏହା ପୂର୍ବରୁ ମିଡିଆରେ ଚର୍ଚ୍ଚା ହେଉଛି ଯେ, ମହେନ୍ଦ୍ର ସିଂହ ଧୋନି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅନୁମାନ କରାଯାଉଛି ଯେ ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଧୋନି ସନ୍ନ୍ୟାସ ଉପରେ ନିଷ୍ପତ୍ତି ନେଇପାରନ୍ତି। ଆଗାମୀ ୪୮ ଘଣ୍ଟା ଭିତରେ ଧୋନି ଓ ଚୟନକର୍ତ୍ତାଙ୍କ ମଧ୍ୟରେ ସନ୍ନ୍ୟାସ ମାମଲାରେ ଆଲୋଚନା ହୋଇପାରେ। ତେବେ […]

ms

ms

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 10:53 PM IST

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ଶେଷ ହୋଇଛି। ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏଥିପାଇଁ ୧୯ ତାରିଖରେ ଟିମ୍ ଚୟନ ହେବ। ତେବେ ଏହା ପୂର୍ବରୁ ମିଡିଆରେ ଚର୍ଚ୍ଚା ହେଉଛି ଯେ, ମହେନ୍ଦ୍ର ସିଂହ ଧୋନି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।

ଅନୁମାନ କରାଯାଉଛି ଯେ ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଧୋନି ସନ୍ନ୍ୟାସ ଉପରେ ନିଷ୍ପତ୍ତି ନେଇପାରନ୍ତି। ଆଗାମୀ ୪୮ ଘଣ୍ଟା ଭିତରେ ଧୋନି ଓ ଚୟନକର୍ତ୍ତାଙ୍କ ମଧ୍ୟରେ ସନ୍ନ୍ୟାସ ମାମଲାରେ ଆଲୋଚନା ହୋଇପାରେ। ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି ବି ଘୋଷଣା ହୋଇନାହିଁ।

ଖବର ମିଳିଛି ଯେ, ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଧୋନିଙ୍କୁ ଚୟନ କରାଯିବ ନାହିଁ। ଏଭଳି ସ୍ଥିତିରେ ଚୟନକର୍ତ୍ତା ତାଙ୍କ ସହ ସନ୍ନ୍ୟାସ ମାମଲାରେ ଆଲୋଚନା କରିପାରନ୍ତି। ବିଶ୍ୱକପରେ ଧୋନି ଯେଉଁଭଳି ଭାବେ ଧିମା ବ୍ୟାଟିଂ କଲେ, ଏଥିରୁ ତାଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଏ ନେଇ ବିସିସିଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ଧୋନି ମୁଖ୍ୟ ସିଲେକ୍ଟର୍ସ ଏମଏସକେ ପ୍ରସାଦଙ୍କ ସହ ଶୀଘ୍ର କଥା ହେବେ। ଏପରିକି ଯଦି ଧୋନି ସନ୍ନ୍ୟାସ ନ ନିଅନ୍ତି, ତାହେଲେ ତାଙ୍କୁ ହୁଏ ଟିମରେ ସିଧାସଳଖ ପ୍ରବେଶ ମିଳିବ ନାହିଁ। ଏହାଛଡ଼ା ସଙ୍କେତ ମିଳିଛି ଯେ ଧୋନି ଏବେ ଟିମ୍ ଚୟନ ଯୋଜନାରେ ସାମିଲ୍ ହେବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos