ଧୋନି କେବେ ଅବସର ନେବେ କହିଲେ ଶିଖର ଧୱନ

ମୁମ୍ବାଇ: ପୁଣିଥରେ ଟିମ୍‌ ଇଣ୍ଡିଆର ସବୁଠାରୁ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେବେ ମଇଦାନକୁ ଫେରିବେ, ତା’କୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଚାତକ ଭଳି ଅନେଇ ବସିଛନ୍ତି। ତେବେ ଧୋନିଙ୍କ ଅବସର ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ସୀମିତ ଓଭର ଓପନର ଶିଖର ଧୱନ। ଧୋନିଙ୍କ ଅଧିନାୟିକତ୍ୱ ସମୟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ୍‌ ଆରମ୍ଭ […]

wd

wd

Hemant Lenka
  • Published: Saturday, 28 September 2019
  • Updated: 28 September 2019, 03:46 PM IST

Sports

Latest News

ମୁମ୍ବାଇ: ପୁଣିଥରେ ଟିମ୍‌ ଇଣ୍ଡିଆର ସବୁଠାରୁ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେବେ ମଇଦାନକୁ ଫେରିବେ, ତା’କୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଚାତକ ଭଳି ଅନେଇ ବସିଛନ୍ତି।

ତେବେ ଧୋନିଙ୍କ ଅବସର ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ସୀମିତ ଓଭର ଓପନର ଶିଖର ଧୱନ। ଧୋନିଙ୍କ ଅଧିନାୟିକତ୍ୱ ସମୟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ୍‌ ଆରମ୍ଭ କରିଥିବା ଧୱନ ଏବେ ଦଳର ଜଣେ ବରିଷ୍ଠ ଖେଳାଳି ଭାବେ ଜଣାଶୁଣି। ଧୋନିଙ୍କ ସହ ସେ ଢେର ସମୟ ଅତିବାହିତ କରିଛନ୍ତି।

ଶିଖର କହିଛନ୍ତି, “ଭାରତ ପାଇଁ ଧୋନି ଢେର ସମୟ ଖେଳିଛନ୍ତି। ଧୋନି ଜାଣିଛନ୍ତି, ସେ କେତେବେଳେ ଅବସର ନେବେ। ଅବସର ନେବା ନ ନେବା ଏହା ବ୍ୟକ୍ତିଗତ ନିଷ୍ପତ୍ତି। ଧୋନି ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାରତ ପାଇଁ ନେଇଛନ୍ତି। ତେଣୁ ସମୟ ଆସିଲେ ସେ ନିଶ୍ଚିତ ଭାବେ ନିଜର ଅବସର ଘୋଷଣା କରିବେ।

ଧୋନିଙ୍କୁ ଛାଡ଼ି ଦେଲେ ଟିମ୍‌ରେ ଥିବା କେଉଁ ଖେଳାଳିର କ’ଣ ଦକ୍ଷତା ରହିଛି, ସେକଥା ଭଲ ଭାବେ କେହି ବି ଆକଳନ କରିପାରନ୍ତି ନାହିଁ। ତାଙ୍କ ପାଖରେ ନେତୃତ୍ୱ ନେବାର କଳା ରହିଛି। ଗୋଟିଏ ଖେଳାଳିଠାରୁ କେମିତି ଚାମ୍ପିୟନ ଭଳି ଖେଳ ଆଦାୟ ହୋଇପାରିବ,ସେକଥା ଧୋନିଙ୍କୁ ଜଣାଅଛି। ତାଙ୍କ ଅଧିନାୟିକତ୍ୱ ସମୟରେ ଭାରତକୁ ମିଳିଥିବା ସଫଳତା ହିଁ ଏକଥାକୁ ବୟାନ କରୁଛି।”

ବିରାଟ କୋହଲିଙ୍କ ସମ୍ପର୍କରେ ମତଦେଇ ଧୱନ କହିଛନ୍ତି, “ଯେତେବେଳେ ବିରାଟ ଯୁବ ଖେଳାଳି ଭାବେ ଦଳରେ ଯୋଗଦେଇଥିଲେ, ତାଙ୍କୁ ଧୋନି ଭାଇ ହିଁ ଗାଇଡ୍ କରୁଥିଲେ। ବିରାଟ ଅଧିନାୟକ ହେବା ପରେ ମଧ୍ୟ ଧୋନି ଭାଇ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିଲେ। ବର୍ତ୍ତମାନ ବିରାଟ ନିଜ ମଧ୍ୟରେ ଥିବା ନେତୃତ୍ୱ ନେବାର ଦକ୍ଷତାକୁ ଭଲ ଭାବେ ପ୍ରଦର୍ଶନ କରିପାରୁଛନ୍ତି।”

ଖରାପ ଫର୍ମ ପାଇଁ ସମାଲୋଚନାକାରୀଙ୍କ ଟାର୍ଗେଟରେ ଥିବା ରିଷଭ ପନ୍ତଙ୍କୁ ଧୱନ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ରିଷଭ ଜଣେ ଦକ୍ଷ ସମ୍ପନ୍ନ ଖେଳାଳି। ସେ ଭାରତ ପାଇଁ ଦୀର୍ଘ ସମୟ ଧରି ଖେଳିବେ।

ବର୍ତ୍ତମାନ ସେ କଠିନ ପରିଶ୍ରମ କରୁଛନ୍ତି। ଏମିତି କିଛି ସ୍ଥିତି ଆସେ ଯେଉଁ ସମୟରେ ଆପଣ ଆଦୌ ରନ୍‌ କରିପାରନ୍ତି ନାହିଁ। ହେଲେ ଏହି ଭୁଲରୁ ଶିଖିବାର ଅଛି। ଏହା ସମସ୍ତଙ୍କ ସହ ହୁଏ। ତେଣୁ ରିଷଭ ନିଶ୍ଚିତ ଏଥିରୁ ଶିକ୍ଷାଲାଭ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story