କାହିଁକି ଧୋନୀଙ୍କ ହେଲ୍‌ମେଟ୍‌ରେ ନଥାଏ ତ୍ରିରଙ୍ଗା ?

ମୁମ୍ବାଇ: ସବୁ ଭାରତୀୟ କ୍ରିକେଟ୍‌ର ଖେଳିବା ବେଳେ ହେଲ୍‌ମେଟ୍‌ ବ୍ୟବହାର କରିଥାନ୍ତି। ଏହି ହେଲ୍‌ମେଟ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଲାଗିଥାଏ। ହେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯେଉଁ ହେଲ୍‌ମେଟ୍‌ ଲଗାଇଥାନ୍ତି ସେଥିରେ ତ୍ରିରଙ୍ଗା ବଦଳରେ ବିସିସିଆଇର ଲୋଗୋ ରହିଥାଏ। ବହୁତ ଲୋକ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଜାଣିପାରି ନାହାଁନ୍ତି। କିଛି କିଛି ଏହାକୁ ନେଇ ନାନା କଥା ମଧ୍ୟ କହିଥାନ୍ତି। ହେଲେ ଏହି ରହସ୍ୟ ଉପରୁ ଏବେ ପରଦା […]

dhooni

dhooni

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 05:46 PM IST

Sports

Latest News

ମୁମ୍ବାଇ: ସବୁ ଭାରତୀୟ କ୍ରିକେଟ୍‌ର ଖେଳିବା ବେଳେ ହେଲ୍‌ମେଟ୍‌ ବ୍ୟବହାର କରିଥାନ୍ତି। ଏହି ହେଲ୍‌ମେଟ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଲାଗିଥାଏ। ହେଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯେଉଁ ହେଲ୍‌ମେଟ୍‌ ଲଗାଇଥାନ୍ତି ସେଥିରେ ତ୍ରିରଙ୍ଗା ବଦଳରେ ବିସିସିଆଇର ଲୋଗୋ ରହିଥାଏ। ବହୁତ ଲୋକ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଜାଣିପାରି ନାହାଁନ୍ତି। କିଛି କିଛି ଏହାକୁ ନେଇ ନାନା କଥା ମଧ୍ୟ କହିଥାନ୍ତି। ହେଲେ ଏହି ରହସ୍ୟ ଉପରୁ ଏବେ ପରଦା ଉଠିଛି। ଆସନ୍ତୁ ଜାଣିବା ଅନ୍ୟ କ୍ରିକେଟର୍‌ଙ୍କ ପରି ଧୋନୀଙ୍କ ହେଲ୍‌ମେଟ୍‌ରେ କାହିଁକି ତ୍ରିରଙ୍ଗା ନଥାଏ।

ଏକ ୱେବସାଇଟ୍‌ ଧୋନୀଙ୍କ ହେଲ୍‌ମେଟ୍‌ରେ କାହିଁକି ତ୍ରିରଙ୍ଗା ଲାଗେନା, ଏହା ଉପରୁ ପରଦା ଉଠାଇଛି। ୱେବସାଇଟ୍‌ ଦେଥିବା ସୂଚନା ମୁତାବକ, ବାକି କ୍ରିକେଟ୍‌ରଙ୍କ ପରି ଧୋନୀ କେବଳ ବ୍ୟାଟିଂ କରିବା ବେଳେ ହେଲ୍‌ମେଟ୍‌ ପିନ୍ଧି ନଥାନ୍ତି। ୱିକେଟ୍‌ କିପିଂ କରିବା ବେଳେ ମଧ୍ୟ ତାଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ପଡ଼ିଥାଏ। ଫାଷ୍ଟ ବୋଲରଙ୍କୁ କିପିଂ କରିବା ବେଳେ ଧୋନୀ ହେଲ୍‌ମେଟ୍‌ ପିନ୍ଧିଥାନ୍ତି ଓ ସ୍ପିନରଙ୍କ ସମୟରେ କ୍ୟାପ୍‌ ପିନ୍ଧିଥାନ୍ତି। ଯେତେବେଳେ ସେ ସ୍ପିନରଙ୍କୁ କିପିଂ କରୁଥାନ୍ତି ହେଲ୍‌ମେଟ୍‌ ବାହାର କରି ତଳେ ରଖିଥାନ୍ତି। ହେଲ୍‌ମେଟ୍‌ରେ ତ୍ରିରଙ୍ଗା ରହିଲେ ଓ ଏହା ତଳେ ଥୁଆ ହେଲେ ଏହାର ଅପମାନ ହେବ ବୋଲି ଧୋନୀ ତାଙ୍କ ହେଲ୍‌ମେଟ୍‌ରେ ଏହାକୁ ଲଗାଇ ନଥାନ୍ତି। ତ୍ରିରଙ୍ଗା ବଦଳରେ ସେ ବିସିସିଆଇର ଲୋଗୋ ଲଗାଇଥାନ୍ତି।

ସୂଚନାଯୋଗ୍ୟ ଯେ, ଧୋନୀଙ୍କର ଭାରତୀୟ ସେନା ପ୍ରତି ବହୁତ ଦୁର୍ବଳତା ରହିଛି। କ୍ରିକେଟର୍‌ ହେବା ପୂର୍ବରୁ ସେ ସେନାରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos