ଆରିସିବି ପକ୍ଷରୁ ଖେଳିବେ କି ବୁମ୍ରା, ଜବାବ ରଖିଲା ମୁମ୍ବାଇ

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରମାଗତ ଖେଳି ଆସୁଥିବା ଯଶପ୍ରୀତ ବୁମ୍ରା ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଖେଳିବେ କି? ଏଭଳି ପ୍ରଶ୍ନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଶେଷ କରି ଦୀପାବଳି ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ଗୋଟିଏ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସହ ପାଣ୍ଡ୍ୟା ବ୍ରଦର୍ସ, ଜାହିର ଖାନ୍‌, ଯୁବରାଜ ସିଂହ, କୋଚ […]

v

v

Hemant Lenka
  • Published: Saturday, 26 October 2019
  • Updated: 26 October 2019, 03:55 PM IST

Sports

Latest News

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରମାଗତ ଖେଳି ଆସୁଥିବା ଯଶପ୍ରୀତ ବୁମ୍ରା ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଖେଳିବେ କି? ଏଭଳି ପ୍ରଶ୍ନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଶେଷ କରି ଦୀପାବଳି ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ଗୋଟିଏ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସହ ପାଣ୍ଡ୍ୟା ବ୍ରଦର୍ସ, ଜାହିର ଖାନ୍‌, ଯୁବରାଜ ସିଂହ, କୋଚ ମାହେଲା ଜୟବର୍ଦ୍ଧନେ ଓ ଅନ୍ୟ ଖେଳାଳିମାନେ ସାମିଲ ହୋଇଥିଲେ।

ତେବେ ଏଥିରେ ବୁମ୍ରା ସାମିଲ ନ ହେବାରୁ, ସେ କୁଆଡ଼େ ଆରସିବି ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଥିବା ପ୍ରଚାର ଆରମ୍ଭ ହୋଇଥିଲା। ସେହିପରି ସଚିନ ତେନ୍ଦୁଲକର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ହେଉଥିବା ପାର୍ଟିରେ ଯୋଗଦେଇ ନଥିଲେ।

ବୁମ୍ରାଙ୍କ ସମ୍ପର୍କରେ ଏଭଳି ପ୍ରଚାର ହେବାରୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟ ଯୋଗେ ଏହାର ଜାବବ ଦେଇଛି। ଟ୍ୱିଟରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ପୋଷ୍ଟ କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା କେବଳ ‘ଶାନ୍ତ ରୁହ’ ବୋଲି କହୁଛନ୍ତି। ଅର୍ଥାତ ସମୟକୁ ଅପେକ୍ଷା କରିବାକୁ ମୁମ୍ବାଇ ଇଣ୍ଡିଆନ୍ସ ଏଠାରେ କହିବାକୁ ଚେଷ୍ଟା କରିଛି। ତେବେ ବୁମ୍ରା କାହିଁକି ପାର୍ଟିରେ ସାମିଲ ହେଲେ ନାହିଁ ଏବଂ ସେ ମୁମ୍ବାଇ ପକ୍ଷରୁ ଖେଳିବେ କି ନାହିଁ, ସେକଥା ଏଠାରେ କୁହାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos