ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟୟ, ୧୩୬ରେ ଅଟକିଲା

ହାଇଦ୍ରାବାଦ: ଶକ୍ତିଶାଳୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ୍‌କୁ ଜିତିବା ପାଇଁ ୧୩୭ ରନ୍‌ର ଟାର୍ଗେଟ ମିଳିଛି। ମୁମ୍ବାଇ ପକ୍ଷରୁ କେବଳ କିଏରନ୍‌ ପୋଲାର୍ଡ(୪୬)ଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟସ୍‌ମ୍ୟାନ୍‌ ଆଜିର ମ୍ୟାଚ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ […]

ro

ro

Hemant Lenka
  • Published: Saturday, 06 April 2019
  • Updated: 06 April 2019, 10:01 PM IST

Sports

Latest News

ହାଇଦ୍ରାବାଦ: ଶକ୍ତିଶାଳୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ମାତ୍ର ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ୍‌କୁ ଜିତିବା ପାଇଁ ୧୩୭ ରନ୍‌ର ଟାର୍ଗେଟ ମିଳିଛି। ମୁମ୍ବାଇ ପକ୍ଷରୁ କେବଳ କିଏରନ୍‌ ପୋଲାର୍ଡ(୪୬)ଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟସ୍‌ମ୍ୟାନ୍‌ ଆଜିର ମ୍ୟାଚ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି।

ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର କାମଚଳା ଅଧିନାୟକ ଭୁବନେଶ୍ୱର କୁମାର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ଦଳର ବୋଲରମାନେ ଠିକ୍‌ ବୋଲି ସାବ୍ୟସ୍ତ କରିଥିଲେ। ଆରମ୍ଭରୁ ରନ୍‌ ପାଇଁ ସଂଘର୍ଷ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ୍‌ ରୋହିତ ଶର୍ମା ମାତ୍ର ୧୧ ରନ୍‌ କରି ମହମ୍ମଦ ନବିଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ। ଗତ ମ୍ୟାଚ୍‌ର ହିରୋ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୭ ରନ୍‌ କରି ସନ୍ଦୀପ ଶର୍ମାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲେ।

୪ର୍ଥ ୱିକେଟ୍‌ ପାଇଁ କ୍ୱିଣ୍ଟନ୍‌ ଡି’କକ୍‌ ଓ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଈଶାନ୍‌ କିଷନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୧୯ ରନ୍‌ କରିଥିବା ଡିକକ୍‌ଙ୍କୁ ସିଦ୍ଧାର୍ଥ କୌଲ ଆଉଟ୍‌ କରି ମୁମ୍ବାଇ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଥିଲେ। କୃନାଲ ପାଣ୍ଡ୍ୟା ମଧ୍ୟ ୬ ରନ୍‌ କରି ସିଦ୍ଧାର୍ଥ କୌଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

୬୩ ରନ୍‌ରେ ୪ ୱିକେଟ୍‌ ହରାଇଥିବା ମୁମ୍ବାଇ ୬୫ ରନ୍‌ ସ୍କୋରରେ ଈଶାନ୍‌ କିଷନଙ୍କୁ ହରାଇଥିଲା। ସେ ରନ୍‌ ଆଉଟ୍‌ ହୋଇ ଯାଇଥିଲେ। ସେ ୧୭ ରନ୍‌ କରିଥିଲେ। ସମସ୍ତଙ୍କ ନଜର କିଏରନ୍‌ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଥିଲା। ହେଲେ ପାଣ୍ଡ୍ୟା ୧୪ଟି ବଲ୍‌ରେ ୧୪ ରନ୍‌ କରି ରଶିଦ୍‌ ଖାନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ରାହୁଲ ଚହର ମଧ୍ୟ (୧୦) ରନ୍‌ କରି ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପୋଲାର୍ଡ ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ସେ ଶେଷ ୨ ଓଭର୍‌ରେ ୩୯ ରନ୍‌ ସଂଗ୍ରହ କରିବାରୁ ଦଳୀୟ ସ୍କୋର ୧୩୦ ଅତିକ୍ରମ କରିଥିଲା। ପୋଲାର୍ଡ ଶେଷ ପର୍ଯ୍ୟନ୍ତ ୨୬ଟି ବଲ୍‌ରେ ୪୬ ରନ୍‌ କରି ଅପରାଜିତ ରହିଥିଲେ।

ହାଇଦ୍ରାବାଦ୍‌ ପକ୍ଷରୁ ସିଦ୍ଧାର୍ଥ କୌଲ ୨ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ନାବି, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା ଓ ରଶିଦ୍‌ ଖାନ୍‌ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story