ନୂଆଦିଲ୍ଲୀ: ଧୋନୀ ବାହିନୀ ଉପରେ ଭାରି ପଡ଼ିଲା ରୋହିନ ସେନା। ପୁଣେରେ ଖେଳାଯାଇଥିବା ଆଜିର ମ୍ୟାଚକୁ ୮ ୱିକେଟ୍ରେ ଜିତି ନେଇଛି ମୁମ୍ୱାଇ ଇଣ୍ଡିଆନ୍ସ। ଅଧିନାୟକ ରୋହିତ ଶର୍ମାଙ୍କ ୩୩ ବଲ୍ରେ ୫୬ ରନ୍ ବଳରେ ମୁମ୍ୱାଇ ଏହି ମ୍ୟାଚକୁ ଚେନ୍ନାଇ ସୁପର କିଙ୍ଗ୍ସ ହାତରୁ ଛଡ଼ାଇ ନେଇଛି।
ମୁମ୍ୱାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ଚେନ୍ନାଇକୁ ଦେଇଥିଲା। ଚେନ୍ନାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ୱାଟ୍ସନ୍ ଓ ଆମ୍ୱାତି ରାଇଡୁ ପାଳି ଆରମ୍ଭ କରିବାକୁ ଆସିଥିଲେ। ୫ମ ଓଭରରେ କୁନାଲ ପାଣ୍ଡେଙ୍କ ବଲ୍ରେ ୱାଟ୍ସନ୍ ଆଉଟ୍ ହୋଇଯାଇଥିଲେ। ପରେ ଆମ୍ୱାତି ରାଇଡୁ ଓ ସୁରାଶ ରୈନା ଜବରଦସ୍ତ ବ୍ୟାଟିଂ କରିଥିଲେ। ରାଇଡୁ ୪୬ ରନ୍ କରିଥିବା ବେଳେ କୁନାଲ୍ ପାଣ୍ଡେଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୬ ଓ ବ୍ରାଭୋ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ। ରୈନା ୭୫ ରନ୍ କରି ନଟ୍ ଆଉଟ୍ ଅଛନ୍ତି। ଯାହାଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ କରିପାରିଥିଲା। ମୁମ୍ୱାଇ ପକ୍ଷରୁ ମିଶେଲ୍ ମେକ୍ଲେନାଘନ ୨, କୁନାଲ ପାଣ୍ଡେ ୨ ଓ ହାର୍ଦ୍ଦିକ ପାଣ୍ଡେ ୧ ୱିକଟ୍ ନେଇଥିଲେ।
୧୭୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ମୁମ୍ୱାଇର ଦୁଇ ଓପ୍ନର। ସୂର୍ଯ୍ୟକୁମାର ଯାଦବ ଓ ଇୱିନ୍ ଲୁଇସ୍ ଚେନ୍ନାଇ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ। ସୂର୍ଯ୍ୟକୁମାର ୪୪ ଓ ଲୁଇସ୍ ୪୭ ରନ୍ କରି ଆଉଟ୍ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା ୫୬ ଓ ହାର୍ଦ୍ଦିକ ୧୩ ରନ୍ କରି ନଟ୍ଆଉଟ୍ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।